ବିଶ୍ୱନାଥପୁର ଫୁଟବଲ ପ୍ରତିଯୋଗିତା ଉଦଯାପିତ

ଡୁକୁମ ଦଳକୁ ୩-୨ରେ ହରାଇ ବିଶ୍ୱନାଥପୁର ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁର ଫୁଟବଲ ଏସୋସିଏସନ ତରଫରୁ ଆୟୋଜିତ ଫୁଟବଲ ପ୍ରତିଯୋଗିତା ଫାଇନାଲ ମ୍ୟାଚ ସହିତ ଉଦଯାପିତ ହୋଇଯାଇଛି। ଆୟୋଜକ ବିଶ୍ୱନାଥପୁର ଓ ବିଷମକଟକ ଡୁକୁମ ଦଳ ମଧ୍ୟରେ ଆୟୋଜିତ ଫାଇନାଲ ମ୍ୟାଚରେ ଟାଇବ୍ରେକର ଜରିଆରେ ୩-୨ ଗୋଲରେ ବିଶ୍ୱନାଥପୁର ଦଳ ବିଜୟୀ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବର, ଓଡ଼ିଶା ଏଣ୍ଟରପ୍ରାଇଜେସର ସ୍ୱତାଧିକାରୀ ଶ୍ରୀଧର ସାହୁ, ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ, ବିଜେଡି ନେତା ମନୋହର ହରପାଲ, ଜଗଦୀଶ ବେନିଆ, ଚନ୍ଦ୍ରଧ୍ଵଜ ପେସନିଆ, ତରୁଣ କୁମାର ଦାସ, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ପ୍ରମୁଖ ଯୋଗଦେଇଥିଲେ। କିଶୋର ଘଡେଇ, ସୁନୀଲ ବେହେରା, ଟୁଲୁ ମାଝୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.