ସିକେରକୁପା-କଦମ୍ବଗୁଡ଼ା ମୁଖ୍ୟ ରାସ୍ତା ପାଲିଟିଛି ମରଣଯନ୍ତା: ଦୁଇ ଜଣ ଠିକାଦାରଙ୍କ ଝଗଡ଼ା ଯୋଗୁଁ ଅଟକିଛି ନିର୍ମାଣ କାମ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ଯୁଷିତ ଲାଞ୍ଜିଗଡ଼ ବ୍ଳକରେ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଲାଗି ରହିଛି। ଏଥି ମଧ୍ୟରୁ ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ବ୍ଲକରେ ୨୬ ଗୋଟି ପଞ୍ଚାୟତରେ ୪୭୦ରୁ ଉର୍ଦ୍ଧ୍ବ ଗାଁ ରହିଥ‌ିବା ବେଳେ ବର୍ତ୍ତମାନ ମଧ୍ୟ ୫୦ରୁ ଉର୍ଦ୍ଧ୍ବ ଗାଁକୁ ରାସ୍ତା ନାହିଁ। ଯେଉଁ ରାସ୍ତା ଅଛି ତାହା ବର୍ଷ ବର୍ଷ ଧରି ମରାମତି କିମ୍ବା ନିର୍ମାଣ ହେଉନାହିଁ। ଯାହା ଫଳରେ ଅନେକ ରାସ୍ତା ଖାଲଖମାରେ ଭର୍ତ୍ତୀ ହୋଇ ରହିଥ‌ିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ମରଣଯନ୍ତା ସାଜିଛି। ଏଭଳି ଏକ ଅଭିଯୋଗ ଆସିଛି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ ସିକେରକୁପା ଠାରୁ କଦମ୍ବଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତା। ଭବାନୀପାଟଣା ଠାରୁ ରାୟଗଡାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ ସିକେରକୁପା ଛକଠାରୁ ଜାମପଦର ସଂଯୋଗ କରୁଥିବା ଏହି ପୂର୍ତ୍ତ ବିଭାଗର ରାସ୍ତା ଏବେ ମରଣଯନା ପାଲଟିଥିବା ବେଳେ ଲାଞ୍ଜିଗଡରୋଡ଼, କଦମଗୁଡା, ଗୋବଦ୍ଧନପୁର, ଭୁର୍ଟିଗଡ଼ ଓ କମର୍ଦ୍ଧା ପଞ୍ଚାୟତର ଶତାଧିକ ଗାଁ ଲୋକେ ବ୍ଳକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟକୁ ଜିବା ଆସିବାକୁ ହେଲେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହା ବ୍ୟତୀତ ବ୍ଲକର ୨୧ ଗୋଟି ପଞ୍ଚାୟତର ଲୋକେ ନର୍ଲାରୋଡ ରେଳ ଷ୍ଟେସନ ଓ ମଦନପୁର ରାମପୁର ତହସିଲ କାର୍ଯ୍ୟାଳୟକୁ ଯିବାକୁ ପଡୁଛି। ଏବେ ଖାଲଖମାରେ ଭର୍ତ୍ତି ହୋଇ ରାସ୍ତାଟି ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି। ଏହା ବ୍ୟତୀତ ବର୍ଷା ଦିନରେ ଖାଲଖମାରେ ଭର୍ତ୍ତି ଆବର୍ଜନା ପାଣି ଛିଟୁକୁ ଥ‌ିବା ବେଳେ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ ଦୁର୍ଭଟା ଗ୍ରାମବାସୀ ଓ କଲେଜ ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଢୁଛି। ରାସ୍ତାଟି ସଙ୍କୁଚିତ ହୋଇ ରହିଥ‌ିବା ବେଳେ ରାସ୍ତା ମଝିରେ ବଡ଼ ବଡ଼ ଗର୍ଭ ଯୋଗୁଁ ଯାତାୟାତରେ ସମସ୍ୟା ଦେଖା ଦେଇଛି। ତେବେ ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ଯ ପ୍ରଶାସନ ଦୃଷ୍ଟି ନଦେବାରୁ ବର୍ଷ ବର୍ଷ ଧରି ରାସ୍ତାର ରକ୍ଷଣାବେକ୍ଷଣ ହୋଇ ପାରୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏହି ରାସ୍ତା ଗତ ବର୍ଷ ଟେଣ୍ଡର ସରିଥ‌ିବା ବେଳେ ଦୁଇଜଣ ଠିକାଦାରଙ୍କର ଝଗଡ଼ା ଯୋଗୁଁ ରାସ୍ତା କାମ ହୋଇପାରୁନାହିଁ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ନିର୍ମାଣ ଓ ମରାମତି ଅଭାବରୁ ସିକେରକୁପା ଓ କଦମ୍ବଗୁଡ଼ା ରାସ୍ତା ଏବେ ବିପଦକୁ ହାତଠାରି ଡାକୁଛି। ଏଣୁ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଏହି ରାସ୍ତାର ନିର୍ମାଣ ଓ ମରାମତି ପାଇଁ ପଦକ୍ଷେପ ନ ନେଲେ ପରିସ୍ଥିତି ଭୟାବହ ହେବ ଏବଂ ଲୋକେ ଯେକୌଣସି ମୁହୂର୍ତ୍ତରେ ଆନ୍ଦୋଳନ ମୁହାଁ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.