ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସମଗ୍ର ପୃଥିବୀର ସବୁ ଦେଶ ତୁଳନାରେ ଭାରତବର୍ଷରେ ସର୍ବାଧିକ ଯୁବଶକ୍ତି ଉପଲବ୍ଧ, ଯାହାର ଉଚିତ ପରିଚଳନା କରାଯାଇ ପାରିଲେ ଭାରତ ବିଶ୍ଵଗୁରୁ ହେବାର ଆଶା ଚରିତାର୍ଥ ହୋଇପାରିବ। ଯୁବଗୋଷ୍ଠୀ ଉପରେ ଅଭିଭାବକମାନେ ନିଜ ଇଚ୍ଛା ଲଦି ନ ଦେଇ ସେମାନଙ୍କୁ ସ୍ଵଇଚ୍ଛାରେ ଭବିଷ୍ୟତ ଗଢ଼ିବାକୁ ସୁଯୋଗ ପ୍ରଦାନ କଲେ ସେମାନେ ନିଜର ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ କରିବାର ସୁଯୋଗ ପାଇପାରିବେ।
ଯୁବସମାଜ ଆମ ଦେଶର ମେରୁଦଣ୍ଡ। ସେମାନେ ବିପଥଗାମୀ ନ ହୋଇ ବିଭିନ୍ନ କ୍ଷେତ୍ରରେ ନେତୃତ୍ବ ନେଲେ ଦେଶର ଭବିଷ୍ୟତ ଉଜ୍ଜଳ ହେବ ବୋଲି ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ'(OBBA) ପକ୍ଷରୁ ଆୟୋଜିତ ‘ଯୁବ ନେତୃତ୍ବ ଓ କୌଶଳ ବିକାଶ’ ଶୀର୍ଷକ ଆଲୋଚନାରେ ଅତିଥି ଭାବେ ଅଂଶଗ୍ରହଣ କରି ଇଂରାଜୀ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ଗୀତାଶ୍ରୀ ରାୟ ଓ ଫକୀରମୋହନ ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଦେବଦତ୍ତ ଦାସ ଉପରୋକ୍ତ ମତ ପ୍ରକାଶ କରିଛନ୍ତି।
ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ସଭାରେ ପୌରୋହିତ୍ୟ କରିବା ଅବସରରେ ବିଭିନ୍ନ ଉଦାହରଣ ଦେଇ କହିଲେ ଯେ ଯୁବସମାଜ ଚାହିଁଲେ ଅସମ୍ଭବକୁ ସମ୍ଭବ କରିପାରିବେ।
ବୟସ ନିର୍ବିଶେଷରେ ଯେଉଁମାନଙ୍କ ମନରେ ଯୁବସୁଲଭ ଉନ୍ମାଦନା ଅଛି ସେମାନଙ୍କୁ ଯୁବକ ବୋଲି କହିବା ଅସମିଚୀନ ହେବନାହିଁ ବୋଲି ସାଧାରଣ ସଂପାଦକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାକ୍ସୂଚନା ଦେବା ଅବସରରେ ମତପ୍ରକାଶ କରିଥିଲେ। ପ୍ରାରମ୍ଭରେ ଡ. ତ୍ରିପାଠୀଙ୍କ ରଚିତ ତଥା କଲ୍ୟାଣୀ ନନ୍ଦଙ୍କ ସ୍ଵର ସଂଯୋଜନାରେ ସମୂହ ସଙ୍ଗୀତ ଗାନ କରିଥିଲେ ଅର୍ଚ୍ଚନା କର, ତୃପ୍ତିରାଣୀ ପାତ୍ର, ଶାନ୍ତି ବିଶି, ପୁଷ୍ପଲତା ଚକ୍ରବର୍ତ୍ତୀ, କବିତା ଜେନା, ପ୍ରଭାକର ସାହୁ ଓ ଜୁମରନାଥ ପାତ୍ର।
ଶେଷରେ ଯୁଗ୍ମ ସଂପାଦକ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରଂଜନ ରାଉତ, ପ୍ରଦୀପ ଚାଟ୍ଟାର୍ଜୀ, ତପନ ରାୟ, ଦୀପକ ବୋଷ, ଡ. ରମାକାନ୍ତ ନାୟକ, ଡ. ଶିରୀଶଚନ୍ଦ୍ର ଜେନା, ଶରତ କୁମାର ମହାପାତ୍ର, ଡ. ଲକ୍ଷ୍ମଣ ବିଶ୍ଵାଳ, ଗଗନ ଦଳାଇ, ବିଦ୍ୟାଧର ସାହୁ, ରାଜେନ୍ଦ୍ର ରାଉତ, ଲକ୍ଷ୍ମୀକାନ୍ତ ବେହେରା, ସଂଜୟ କୁମାର ପଣ୍ଡା, ଡ. ହେମମାଳା ଦାଶ, ବେଣୁଧର ସାହୁ, ଦେବାଶିଷ ସିଂହ, ଉଦୟ ଶଙ୍କର ପରିଡ଼ା, ହେମେନ୍ଦ୍ର ମହାପାତ୍ର, ମମତା ମହାନ୍ତି, ଡ. ରନ୍ଧାକର ସିଂହ, ପୂର୍ଣ୍ଣଚନ୍ଦ୍ର ନାୟକ, ନିତ୍ୟାନନ୍ଦ ସାହୁ, ମନ୍ମଥ କୁମାର ସାହୁ, ଡ. ସମରବଲ୍ଲଭ ଭୋଇ, ଅର୍ଚ୍ଚନା ନନ୍ଦୀ, କରୁଣାକର ସ ପ୍ରମୁଖ ଉପସ୍ଥିତ ଥିଲେ।