ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜିର ଆଦର୍ଶ ଯୁବକ ସଂଘ ଆନୁକୂଲ୍ୟରେ ତଥା ଗୌନ୍ତିଆ ଟିକେନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି | ଆସନ୍ତା ୬ ସେପ୍ଟେମ୍ବର ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗିତା ସହ ନାଟ୍ୟକାର ଅନନ୍ତ କୁମାର ବଗର୍ତ୍ତିଙ୍କ ରଚିତ ଓ ଯୁବ ନିର୍ଦ୍ଦେଶକ ନିମାନନ୍ଦ ଖମାରୀଙ୍କ ନିର୍ଦ୍ଦେଶିତ କୋଶଳୀ ନାଟକ “ମାଆଁ ଗୋ ମାଆଁ ତୋର୍ ବିନା ଆଉ କିଏ ହେବା ସାହା” ନାଟକ ପରିବେଷିତ ହେବ | ଦିନ ବେଳା ମାଠିଆ ଭଙ୍ଗା, ହୁଳହୁଳି, ହଳିଆ ଗୀତ, କବାଡି, ବାଟି, ପିଥୁ, ଖୋକୋ, ହୁମୋ ବଉଳି, ବାଙ୍ଗରି, ଛୋର୍ ଇତ୍ୟାଦି ପାରମ୍ପରିକ ଖେଳ ପ୍ରତିଯୋଗିତା ତଥା ରାତିରେ ପୁରସ୍କାର ବିତରଣ ଉତ୍ସବ ହେବା ନେଇ ସିଦ୍ଧାନ୍ତ ନିଆଯାଇଥିଲା | ଘାସିରାମ ଖମାରୀ, କେଶବ ଧରୁଆ, କୁଞ୍ଜବିହାରୀ ଖମାରୀ, ଅନିରୁଦ୍ଧ ମହାକୁର, ବନବିହାରୀ ମିର୍ଦ୍ଧା, ପ୍ରଦୀପ ମାହାର, ମେଘରାଜ ମାହାର, ଜୟରାମ ମାଝି, ହରିଶ୍ଚନ୍ଦ୍ର ବାଗ, ସତ୍ୟ ମହାକୁର, ନର୍ଦୀପ ମାହାର, ଶ୍ରୀକାନ୍ତ ମିର୍ଦ୍ଧା, ସଂକୀର୍ତ୍ତନ ବାଗ, ରମେଶ ମିର୍ଦ୍ଧା, କୃଷ୍ଣଚନ୍ଦ୍ର ମାଝି, ଟିକୁ ଧରୁଆ, ସୋମନାଥ ମିର୍ଦ୍ଧା, ଶାନ୍ତନୁ ବାଗ, ବାବୁଲାଲ ମିର୍ଦ୍ଧା, ଜଗନ ଖମାରୀ, ରାଜେଶ୍ ପରୁଆ, ବଳରାମ ନାଏକ, ଶ୍ୟାମ ଧରୁଆ, ଗୋପାଳ ଖମାରୀ, ଅଲି ମାହାର, ନାରାୟଣ ବାଗ, ସିପୁନ ଖମାରୀ, ନବୀନ ଦାଶ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ |