ସୋନପୁର କଲେଜ ପୂରାତନ ଛାତ୍ର ସଂଘ କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ସୋନପୁର ମହାବିଦ୍ୟାଳୟ ପରିସରରେ ଆଲୁମିନୀ ଏସୋସିଏସନ୍ (ପୂରାତନ ଛାତ୍ର ସଂଘ) ର କାର୍ଯ୍ୟକାରିଣୀ ବୈଠକ ସଭାପତି ଡ. ପ୍ରଫୁଲ୍ଲ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଛି l ବୈଠକରେ ସୋନପୁର କଲେଜର ବହୁବିଧ ସମସ୍ୟା ତଥା ସରକାରୀ ମାନ୍ୟତା ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା l ଜାନୁଆରୀ କିମ୍ବା ଫେବୃଆରୀ ମାସରେ ଆଲୁମିନୀ ସଂଘ ପକ୍ଷରୁ ଏକ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ଏବଂ ଏହି ଅବସରରେ ଏକ ସ୍ମରଣିକା ଉନ୍ମଚୋନ ନେଇ ସଭାପତି ଶ୍ରୀ ରଥ ସୂଚନା ଦେଇଥିଲେ l ମୁଖ୍ୟତଃ ଆଗକୁ ବିଧାନସଭା ଅଧିବେଶନ ସେପ୍ଟେମ୍ବର ୧୮ ରୁ ୨୫ ତାରିଖ ହେବାକୁ ଥିବା ବେଳେ ଏ ନେଇ ଏକ ୧୫ ଜଣିଆ ପ୍ରତିନିଧି ଦଳ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏବଂ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ସାକ୍ଷାତ ଆଲୋଚନା କରିବା ପାଇଁ ଭୁବନେଶ୍ବର ଗସ୍ତ କରିବାକୁ ସ୍ଥିର ହୋଇଛି l ପୂର୍ବରୁ ମଧ୍ୟ ସାଂସଦ ସଙ୍ଗୀତା ସିଂଦେଓ ଏବଂ ବିଭିନ୍ନ ମନ୍ତ୍ରୀ ତଥା ସଚିବ ମାନଙ୍କୁ କଲେଜ ସମସ୍ୟା ତଥା ସରକାରୀ ମାନ୍ୟତା ପ୍ରଦାନ ପାଇଁ ପୂରାତନ ଛାତ୍ର ସଂଘ ପକ୍ଷରୁ ସାକ୍ଷାତ ସହ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ସାଧାରଣତନ୍ତ୍ର ଦିବସ ଅବସର ରେ ଆସିଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପୂରାତନ ଛାତ୍ର ସଂଘ କୁ ସେପ୍ଟେମ୍ବର ମାସରେ ବସିବାକୁ ଥିବା ବିଧାନସଭା ଅଧିବେଶନ ସମୟରେ କାଗଜ ପତ୍ର ସହ ଭୁବନେଶ୍ବର ଆସି ଆଲୋଚନା ପାଇଁ ନିମନ୍ତ୍ରଣ ତଥା ପରାମର୍ଶ କରିଥିଲେ ଏବଂ ପ୍ରଥମେ ପିଜି ପାଠ୍ୟକ୍ରମ ଗାର୍ଲ୍ସ ହଷ୍ଟେଲ ଏବଂ ଅଡିଟରିୟମ୍ ନିର୍ମାଣ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ l ଆଜି ର ବୈଠକରେ ସଙ୍ଘ ରେ ନୂତନ ଭାବେ ଉପଦେଷ୍ଟା କମିଟିରେ ଅଭିମନ୍ୟୁ କୁଶଳ, ଅର୍ଥ କମିଟିରେ ସୁଧାଂଶୁ ଶତପଥୀ, ଜ୍ୟୋତିର୍ମୟ ମିଶ୍ର, ଦେବାଶିଷ ପଟ୍ଟନାୟକ ଓ ଅଭିଷେକ ପଣ୍ଡା ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ଏହି ବୈଠକରେ ସଙ୍ଘର ଉପ ସଭାପତି ଗତିକୃଷ୍ଣ ମିଶ୍ର, ସମ୍ପାଦକ ଭାରତ ଭୂଷଣ ଦାଶ, ସିତାଂଶୁ ମିଶ୍ର, ସଂଯୋଜକ ସୁଦାମ ଚରଣ ମିଶ୍ର, କୋଷାଧ୍ୟକ୍ଷ ବିଶ୍ଵ ରଂଜନ ପୁଝାରୀ, ଶ୍ରୀଧର ବାଘ୍, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ସୁଧୀର ପଣ୍ଡା, ସ୍ୱରୂପ ପାତ୍ର, ଦୀପକ ମହାପାତ୍ର, ନିଶାନ୍ତ ମହାନ୍ତି, ରାମ ଶଙ୍କର ଭୋଇ, ଶାଶ୍ଵତ ମିଶ୍ର, ଅଭିଷେକ ଶର୍ମା, ସୋନପୁର ବ୍ଲକ କାର୍ଯ୍ୟକାରୀ ସଭାପତି ମଦନ ଗୋପାଳ ମିଶ୍ର ଏବଂ ସାମାଜିକ ଗଣମାଧ୍ୟମ ସଦସ୍ୟ ଲେଫ୍ଟେନେଣ୍ଟ ଆଶିଷ ଅଗ୍ରୱାଲା ଏବଂ ମିଡିଆ ସେଲ୍ ର ରାଜ କିଶୋର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଶେଷରେ ଆଶିଷ ଅଗ୍ରୱାଲା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ହୋଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.