ପ୍ରଗତି ଶିକ୍ଷାନୁଷ୍ଠାନରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହର ସ୍ଥିତ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବରେ କଳାହାଣ୍ଡି ଜିଲ୍ଲା ଲୋକ ସ୍ୱାସ୍ଥ୍ୟ ଅଧିକାରୀ ଡଃ ରାକେଶ କୁମାର ସାହୁ ଓ ମାନସିକ ରୋଗ ବିଶେଷଜ୍ଞ ଡଃ ପ୍ରବିଣ କୁମାର ସାହୁ ଯୋଗଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଲୋକ ସ୍ୱାସ୍ଥ୍ୟ ସଂଯୋଜକ ଶ୍ରୀ ଧର୍ମେନ୍ଦ୍ର ତାଣ୍ଡି, ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶେଷଦେବ ମୁଣ୍ଡ, ଉପାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ସାହୁ, ମୁଖ୍ୟ ଶିକ୍ଷା ସଂଯୋଜକ ଶ୍ରୀ ଅଞ୍ଜନ କୁମାର ରଣା, ବିନୋଦ ବିହାରୀ ପ୍ରଧାନ, ଜୟପ୍ରକାଶ ଖୁରା, ଅନାୟତ ମହମ୍ମଦ୍ , ରଜନୀ ଚଲାନ , ରୋଜାଲିନା ମଲ୍ଲିକ, ପ୍ରଗତି ଶିକ୍ଷାନୁଷ୍ଠାନର ସମସ୍ତ କର୍ମକର୍ତ୍ତା ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଡଃ ପ୍ରବିଣ କୁମାର ସାହୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ସଙ୍ଗେ ସଙ୍ଗେ କିଭଳି ଭବରେ ଛାତ୍ରଛାତ୍ରୀମାନେ ମାନସିକ ଚାପରୁ ମୁକ୍ତ ରହିବେ ସେହି ସମ୍ପର୍କରେ ଅବଗତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶୋକ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ଶେଷଦେବ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.