ରାୟଗଡ ରେଲୱେ ନୂଆ ଡିଭିଜନରେ ସଂଜୟ ମହାପାତ୍ର ହେଲେ ନୋଡାଲ ଅଧିକାରୀ

ରାୟଗଡ,୧୮/୮ : ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ଚିଠି ସଂଖ୍ୟା ୨୦୧୯/ଇଏଣ୍ଡଆର/୧/(୧)/୧ /୧୭/୭/୨୦୧୯ରେ ପୂର୍ବତଟ ରେଳବାଇର ରାୟଗଡକୁ ନୂଆ ଡିଭିଜନ ଭାବେ ଅନୁମୋଦନ ପ୍ରଦାନ କରାଯାଇଥିଲା । ତେବେ ଯଥାଶୀଘ୍ର ରାୟଗଡ ଡିଭିଜନକୁ କାର୍ଯ୍ୟକ୍ଷମ କରାଇବା ପାଇଁ ପୂର୍ବତଟ ରେଳବାଇର ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳବାଇ ଜୋନ’ର ଜିଏମଙ୍କୁ ଚିଠି କରିଥିଲେ । ଯାହାକୁ ନେଇ ପୂର୍ବତଟ ରେଳବାଇ ଭୁବନେଶ୍ୱର ସ୍ଥିତ ପ୍ରଧାନ ପ୍ରମୁଖ କାର୍ମିକ ଅଧିକାରୀ (ଚିଫ୍ ପେର୍ସନାଲ ଅଫିସର)ଙ୍କ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୬୬/୨୦୧/ତା.୮/୮/୨୦୧୯ରିଖ ପ୍ରକାରେ ସିଟିଏମଇ/ଇକୋଆର/ଭୁବନେଶ୍ୱର ବିଭାଗରେ ବର୍ତମାନ କାର୍ଯ୍ୟରତ ସଂଜୟ ମହାପାତ୍ର (ଏସଏଜି / ଆଇଆରଟିଏସ) ପୋଷ୍ଟକୋଡ-(ଆଇସିଓ୪ପି୦୦୧)ଙ୍କୁ ରାୟଗଡ ରେଲୱେ ନୂଆ ଡିଭିଜନର ନୋଡାଲା ଅଫିସର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ନୂଆ ଡିଭିଜନକୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ଔପଚାରିକତାକୁ ପୂରଣ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ସେ ଆସନ୍ତା ୨/୩ ଦିନ ମଧ୍ୟରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି । ନୋଡାଲ ଅଧିକାରୀ ଶ୍ରୀ ମହାପାତ୍ର ବର୍ତମାନ ପୂର୍ବତଟ ରେଳବାଇ ଅଧୀନରେ ଥିବା ୱାଲଟିୟର ଡିଭିଜନର ମୁଖ୍ୟାଳୟ ଏବଂ ଦକ୍ଷିଣତଟ ରେଳବାଇ ଅଧୀକାରୀ ଓଏସଡିଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ ନିର୍ବାହ କରିବେ ବୋଲି ରେଳ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନୂଆ ରାୟଗଡ ଡିଭିଜନ ସ୍ଥାପନ ନିମିିତ ଆବଶ୍ୟକୀୟ ସମସ୍ତ ଆନୁଷଙ୍ଗିକ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇ ଏହାକୁ ଆସନ୍ତା ଅଗଷ୍ଟ ୩୧ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବା ପାଇଁ ରେଳ ବିଭାଗ ପକ୍ଷରୁ ଦାୟିତ୍ୱ ଦିଆଯାଇଛି ।

Udyog Nursery
Udyogi Nursery

ଅପରପକ୍ଷେ ରାୟଗଡକୁ ନୂଆ ରେଳ ଡିଭିଜନର ଅନୁମୋଦନ ପରେ ବିଶେଷ କରି ରାୟଗଡ ରେଳ ଷ୍ଟେସନର ରୂପ ରେଖ ଆହୁରି ବୃଦ୍ଧି ହେବା ସହ ଏଠାରେ ଯାତ୍ରୀଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ବିଶ୍ରାମଗାର ନିର୍ମାଣ ହେବ,ବହୁମାତ୍ରାରେ ନିଯୁକ୍ତି ସୃଷ୍ଟି ହେବା ଯୋଗୁଁ ସ୍ଥାନୀୟ ଅଂଚଳର ବେକାର ସମସ୍ୟାରେ ହ୍ରାସ ଘଟିବ, ଦୂରଗାମୀ ଟ୍ରେନଗୁଡିକ ଚଳାଚଳ କରିବ, ରେଳଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସେବା ମିଳିପାରିବ ଏବଂ ଡିଭିଜନ ଗଠନ ଫଳରେ ଏଠାରେ ରେଳବାଇ ଦ୍ୱାରା ସ୍କୁଲ, କଲେଜ, ରାସ୍ତାଘାଟ, ହସ୍ପିଟାଲ ଆଦି ଅନ୍ୟାନ୍ୟ ଭିତିଭୂମି ବିକାଶ ହୋଇପାରିବ ବୋଲି ଜଣାପଡିଛି । ସେହିପରି ବର୍ତମାନ ରାୟଗଡ ରେଳ ଷ୍ଟେସନ ଦେଇ ୬୦ଟି ଏକ୍ସପ୍ରେସ ଟ୍ରେନ ଯାତାୟତ କରୁଛି । ରାୟଗଡ ରେଳ ଷ୍ଟେସନରେ ବର୍ତମାନ ଯାତ୍ରୀଙ୍କ ସୁବିଧା ନିମନ୍ତେ ପାଦଚଲା ଓଭରବ୍ରିଜ ନିର୍ମାଣ ହୋଇଥିବା ବେଳେ ବିକଳାଙ୍ଗ ଓ ବୟସ୍କ ଯାତ୍ରୀମାନଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା ନିର୍ମାଣଧୀନ ରହିଥିବା ଜଣାପଡିଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.