କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ସାଙ୍ଗଠୈନିକ ତଥା କାର୍ଯ୍ୟକାରିଣୀ ବୈଠକ

କଳାହାଣ୍ଡି,୧୮/୮ : କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ସାଙ୍ଗଠୈନିକ ତଥା କାର୍ଯ୍ୟକାରିଣୀ ବୈଠକ ଭବନିପାଟଣା ଅମଲା ଭବନ ଠାରେ ଆୟୋଜିତ ହୋଇ ଯାଇଛି । ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୂଖ୍ୟ ଅତିଥି ଭାବେ କଳାହାଣ୍ତି ଜିଲ୍ଲା ଯାଦବ ମହାସଭା ସଭାପତି ହରିଶଙ୍କର ବାଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ଉତ୍କଳ ଯାଦବ ମହାସଭା ଉପସଭାପତି ଧନେଶ୍ବର ଭାଟି, କଳାହାଣ୍ଡି ଜିଲ୍ଲା ଯାଦବ କର୍ମଚାରୀ ସଂଘ ସଭାପତି ଲକ୍ଷ୍ମଣ ବଛା, ପଞ୍ଚାୟତ ସମିତି ମହା ବିଦ୍ୟାଳୟ ଧର୍ମଗଡର ଅଧ୍ୟାପକ ମାଧବ ଲହଜଲ ପ୍ରମୂଖ ମଞ୍ଚାସୀନ ଥିଲେ ।

ଯାଦବ ସମାଜର ବିବିଧ ଦିଗ ଉପରେ ବୈଠକରେ ଆଲୋଚନା ହେବାସହ ଯୁବ ଯାଦବ ସଂଗଠନ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଯୁବକ ମାନେ ଆଗେଇ ଆସିଲେ ଯାଦବ ସମାଜର ପ୍ରଭୂତ ଉନ୍ନତି ହୋଇପାରିବ ଓ କୁସଂସ୍କାର ଅନ୍ଧ ବିଶ୍ବାସର ମୂଲୋତ୍ପାଟନ ହୋଇପାରିବ । ତେଣୁ ସମାଜର ସାମୁହିକ ବିକାଶ ପାଇଁ ଯୁବ ଯାଦବଙ୍କ ଭୂମିକା ଗୁରୁତ୍ବପୂଣ୍ଣ ବୋଲି ବୈଠକରେ ମତ ପ୍ରକାଶ ପାଇଛି ।

ଏହି ବୈଠକରେ ଜିଲ୍ଲା ଯାଦବ ମହାସଭା ସଭାପତି ହରିଶଙ୍କର ବାଗଙ୍କ ଦ୍ବାରା ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ ଜିଲ୍ଲା ଯୁବ ଯାଦବ ମହସଭା ପୂର୍ଣ୍ଣାଙ୍ଗ କମିଟିର ନାମ ଘୋଷଣା କରିଥିଲେ ଏଥିରେ ସଭାପତି ଗୋବିନ୍ଦ ବନଛୋର, ଉପସଭାତି ସୁନୀଲ କୁମାର ଧଙ୍ଗଡାମାଝୀ, ମୋହିତ ରାଉତ, ଡାକେଶ୍ବର ଲହଜଲ, ଇଶ୍ବର ବଗର୍ତ୍ତି, ବିଭୟକ ନାଏକ, ସଂପାଦକ ଲିଙ୍ଗରାଜ ବେହେରା, ସହ ସମ୍ପାଦକ ଗୋପାଳ ବଗର୍ତ୍ତୀ, ହିମାଞ୍ଚଳ ରାଉତ, ସତ୍ୟବନ୍ତ ବଗର୍ତ୍ତୀ, ନବୀନ ଭୋଇ, ତ୍ରୀଲକ୍ଷ ନାଏକ ଏବଂ କୋଷାଧ୍ୟକ୍ଷ ସନ୍ତୋଷ ବାଗଙ୍କ ନାମ ଘୋଷଣା କରାଯାଇଥିଲା ।

 

ସେହିପରି ଭାବେ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଜଗଦିଶ ନାଏକ ଓ ସୁରଥ ହେର୍ଣ୍ଣା ଓ ଉପଦେଷ୍ଟା ମଣ୍ଡଳୀରେ ଡମ୍ବରୁଧର ଲହଜଲ, ଧନେଶ୍ବର ଭାଟି, ଶିବ ହାତୀ, ଜଗଦିଶ ଯାଦବ ଓ ଆଦିତ୍ୟ ହଂସଙ୍କୁ ମନୋନିତ କରାଯାଇଛି ଏବଂ ବ୍ଲକ ସ୍ଥରୀୟ ଯୁବ ଯାଦବ ମହାସଭା ସଭାପତି ମାନଙ୍କ ନାମ ଘୋଷଣା କରାଯାଇଥିଲା ।

ଏଥିରେ ବ୍ଲକ ଯାଦବ ମହାସଭା ଭିତରୁ ଲାଞ୍ଜିଗଡ ସଭାପତି ଡିଲେଶ ନାଗ, ଧର୍ମଗଡ ସଭାପତି ଲବଣୀ ରାଉତ, ଜୁନାଗଡ ଏନଏସି ସଭାପତି କାଶିନାଥ ଘି, କୋକସରା ଯୁବ ସଭାପତି ଶରତ ରାଉତ, ଭବାନିପାଟଣା ବ୍ଲକ ଯୁବ ସଭାପତି ମଳୟ ଗଉଡ, କେସିଙ୍ଗା ବ୍ଲକ ଯୁବ ସଭାପତି ଅଶୋକ ପୋଢ ପ୍ରଭୃତିଙ୍କୁ ସମ୍ବର୍ଧନା ଦିଆଯାଇଥିଲା ।

ଆଜି ଜମ୍ମୁ କାଶ୍ମୀରର ନୌସେରୀ ସେକ୍ଟରରେ ପାକିସ୍ତାନର ଅସ୍ତ୍ର ବିତରି ଉଲ୍ଲଘଂନ ଫଳରେ ପ୍ରବଳ ଗୁଳିଗୋଳା ବର୍ଷଣ ହୋଇଥିଲା ସେଥିରେ ଭାରତୀୟ ଯବାନ ୩୫ ବର୍ଷିୟ ସନ୍ଦୀପ ଥାପ୍ପାଙ୍କ ମୃତ୍ୟୁ ଘଟିଛି । ବୈଠକ ଚାଲିଥିବାବେଳେ ଏହି ଦୂଃଖଦ ଖବର ପହଞ୍ଚି ଥିବାରୁ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜାଲ ଶୋକ ପ୍ରସ୍ଥାବ ଆଗତ କରିଥିଲେ ଓ କଳାହାଣ୍ଡି ଯାଦବ ମହାସଭା ଓ ଯୁବ ଯାଦବ ମହାସଭା ପକ୍ଷରୁ ସହିଦ ଯବାନଙ୍କୁ ଗଭିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ନିରବ ପ୍ରାଥନା କରାଯାଇଥିଲା ।

ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସଂପାଦକ ଲିଙ୍ଗରାଜ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ବେଳେ କୋକସରା ବ୍ଲକ ଯାଦବ ସମିତି ସଂପାଦକ ଅଳେଖ ଚନ୍ଦ୍ର ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲା ଯାଦବ ମହାସଭା, ଯୁବ ଯାଦବ ମହାସଭା ଓ ବ୍ଲକ ସଭାପତି ଓ କାର୍ଯ୍ୟକର୍ତ୍ତା ଓ ଶତାଧିକ ଯାଦବ ଯୋଗ ଦେଇ ଥିଲେ ।


For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.