ବ୍ଲକ ସ୍ତରୀୟ ଇକୋ ମଡେଲ ପରିବେଶ ମେଳା ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଇକୋ ମଡେଲ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯକ୍ରମ ରେ ୧୩ଟି ବିଦ୍ୟାଳୟରୁ ୨୧ ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା।

ପ୍ରକଳ୍ପ ଗୁଡିକର ବିଚାରକ ଭାବେ ଫୁଲବାଣୀ ସ୍ଥିତ ସଂସ୍କୃତ ବିଦ୍ୟା ପୀଠର ବରିଷ୍ଠ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥ, ସରକାରୀ ଉଚ୍ଚ ବିଦ୍ୟାଳୟ, ଟିକରପଡା ର ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ସାହୁ ଓ କାଟ୍ରିଙ୍ଗିଆ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅଭୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଉଦ‌ଯାପନୀ ଉତ୍ସବ ରେ ଓଡିଶା ପରିବେଶ ସମିତି, ଭୁବନେଶ୍ବର ର ବରିଷ୍ଠ ସଦସ୍ୟଗଣଙ୍କ ଉପସ୍ଥିତି ପରିବେଶ ମେଳାର ମାଧୁର୍ଯ୍ୟକୁ ବହୁଗୁଣିତ କରିଥିଲା । 

ଏଥିରେ ମୁଖ୍ୟ ଅତିଥି ଭାବେ ପରିବେଶ ସମିତିର ସମ୍ପାଦକ ଇଂ.ମନୋରଞ୍ଜନ ମିଶ୍ର , ମୁଖ୍ୟ ବକ୍ତା ଭାବେ ଇଂ.ବିମଳ ଚନ୍ଦ୍ର ଦାସ ଏବଂ ସମ୍ମାନିତ ଅତିଥି ଭାବେ ରମେଶ ଚନ୍ଦ୍ର ପଣ୍ଡା, ଶ୍ରୀମତୀ ମମତା ମିଶ୍ର, ଶ୍ରୀମତୀ ସରିତା ପଣ୍ଡା, ଡ଼. ସୁଜାତା ମିଶ୍ର, ଅଧ୍ୟାପିକା ସୁଜାତା ଗଡ଼ନାୟକ, ବିନୀତ ଗିରି ପ୍ରମୁଖ ଯୋଗ ଦେଇଥିଲେ।

ବରେଣ୍ୟ ଅତିଥି ଗଣ ଛାତ୍ର ଛାତ୍ରୀଙ୍କୁ ପରିବେଶ ସୁରକ୍ଷା,ପ୍ରକୃତି ସଂରକ୍ଷଣ ଓ ସ୍ଥାୟୀ ବିକାଶ ପାଇଁ ପ୍ଲାଷ୍ଟିକ ର ମିତବ୍ୟୟିତା ଉପରେ ଆଲୋକପାତ କରିଥିଲେ ବ୍ଲକ ସ୍ତରୀୟ ପରିବେଶ ମେଳା ପ୍ରଦର୍ଶନୀ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ର ଯୋଗେଶ୍ବର ଦଣ୍ଡସେନା, ଦ୍ୱିତୀୟ ସ୍ଥାନରେ ସରକାରୀ ଉଚ୍ଚ ବିଦ୍ୟାଳୟ, କୋଟସିଂ ର ଅଖ୍ଳେଶ ପାତ୍ର, ତୃତୀୟ ସ୍ଥାନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୁଡ଼ାଗୁଡ଼ାର ଆୟେସା ପ୍ରଧାନ କୃତିତ୍ୱ ଅର୍ଜନ କରି ଅତିଥି ଙ୍କ ଠାରୁ ପୁରସ୍କୃତ ହୋଇଥିଲେ।

ସେହିପରି ଓଡିଶା ପରିବେଶ ସମିତି ଦ୍ବାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ‌ର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବାମଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯକ୍ରମରେ ବିଦ୍ୟାଳୟର ଶିକ୍ଷକ ବେଣୁଧର ବେହେରା,ଦୀପକ କୁମାର କହଁର, ଦିବ୍ୟସିଂହ ପ୍ରଧାନ,ସାଗ୍ନିକା ସେଠି, ଅପର୍ଣ୍ଣା ନାୟକ ଓ ସୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.