ଖଡିଆଳ,୨୧/୮ : ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୭୫ତମ ଜନ୍ମ ଜୟନ୍ତୀ ଖଡିଆଳ କଂଗ୍ରେସ ଭବନ ପରିଷରରେ ପାଳିତ ହୋଇଯାଇଛି । ଖଡିଆଳ କଂଗ୍ରେସ ଭବନ ଠାରେ ବିଧାନସଭା ଯୁବ କଂଗ୍ରେସ ଦ୍ବାରା ଆୟୋଜିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ସ୍ଥୀନୀୟ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ସ୍ବର୍ଗତ ରାଜୀବ ଗାନ୍ଧିଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ ।
ମାନ୍ୟବର ବିଧାୟକ ରାଜୀବ ଗାନ୍ଧୀଙ୍କ ଜିବନୀ ଓ ଦେଶ ପାଇଁ ତାଙ୍କର ଅବଦାନ ବିଷୟରେ ଅାଲୋକପାତ କରିଥିଲେ । ସେ କହିଲେ – ଆଧୁନିକ ଭାରତ ନିର୍ମାଣରେ ରାଜୀବ ଗାନ୍ଧିଙ୍କ ଭୂମିକା ଅତୁଳନୀୟ । ତାଙ୍କର ଦୂରଦୃଷ୍ଟି ବଳରେ ଦେଶ ଆଜି ବିକାଶ ପଥରେ ଆଗେଇ ଚାଲିଛି ।
ବିଧାନସଭା ଯୁବ କଂଗ୍ରେସ ସଭାପତି ହିରାଧର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଖଡିଆଳ ବିଧାୟକଙ୍କ ସମେତ ବ୍ଲକ ଜୋନ ସଭାପତି ଶ୍ୟାମ ସୁନ୍ଦର କୁଲଦୀପ, ଝମ୍ପେଶ୍ବର ସେଲମା, ଗୋଦାବରିଶ ନାଏକ, ରଞ୍ଜିତ ଶବର, ବରିଷ୍ଠ ନେତୃବୃନ୍ଦଙ୍କ ମଧ୍ୟରେ ସନ୍ତୋଷ ପଟ୍ଟନାୟକ, ମିହିର ନାଏକ, କୃଷ୍ଣ ବେହେରା, ରାମ ପାତ୍ର, ସତପାଲ ସିଂ, ଧରଣୀ ପଟେଲ, ସୁରେନ୍ଦ୍ର ନିଆଲ ପ୍ରମୂଖ ଯୋଗ ଦେଇ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ ।
ସେହିପରି ଭାବେ ଯୁବ କଂଗ୍ରେସରୁ ହେମସାଗର ନାଏକ, ଲକ୍ଷ୍ମୀକାନ୍ତ ବନଛୋର, ଦ୍ୟୁତି ରଞ୍ଜନ ବାଗ, ସାନ ଜଗତ, ଅମିତାଭ ପଟେଲ, ବିଭୁଦତ୍ତ ଯୋଶୀ, ଗିରିଶ ପାତ୍ର, ବରୁଣ ସୁନା, ନବୀନ ହେର୍ଣ୍ଣା, ବାବା ଜଗତ, ସାଜାଦ୍ ଖାନ ପ୍ରମୂଖଙ୍କ ସହ ବହୁ ଯୁକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଥିବା ସମୟରେ ରାଜୀବ ଗାନ୍ଧି ସଂଚାର କ୍ରାନ୍ତି ଆଣି ଥିବାରୁ ସେହି ସମୟର ବିରୋଧୀ ଦଳ ମାନେ ସଗଡ ଗାଡି ଦ୍ବାରା ସାଂସଦ ଘେରାଉ କରିଥିଲେ । ସେମାନେ ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ କଂଗ୍ରେସକୁ ମନଇଚ୍ଛା ଟିକ୍କା ପିପ୍ପଣି ଦେଉଛନ୍ତି । ରାଜୀବ ଗାନ୍ଧୀ ଦେଶର ଅଭ୍ୟାନ୍ତରିଣ ଓ ବାହ୍ୟ ସୁରକ୍ଷା ସମେତ କୃଷି, ଶିଳ୍ପ, ଜୀବନ ଜିବିକା ଆଦି ଉପରେ ବିଶେଷ ଗୁରୁତ୍ବ ଦେଇ ଦେଶକୁ ସମୃଦ୍ଧିର ରାସ୍ତାରେ ଅଗ୍ରସର କରାଇ ପାରିଥିଲେ ।
ବିଧାନସଭା ଯୁବ କଂଗ୍ରେସ ଉପସଭାପତି କପିଲେନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତି କଲେ ପରେ ଖଡିଆଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀ ମାନଙ୍କୁ ଫଳ ଓ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଥିଲା ।