ହିନ୍ଦୀ ଶିକ୍ଷୟତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ସ୍ଥିତ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପଞ୍ଚସଖା ଶିକ୍ଷା ସେତୁ, କର୍ମଚାରୀ ଏବଂ ଛାତ୍ରମାନଙ୍କ ଦ୍ଵାରା ବିଦ୍ୟାଳୟର ହିନ୍ଦି ଶିକ୍ଷୟତ୍ରୀ ଶ୍ରୀଲତା ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ଶ୍ରୀଲତା ମିଶ୍ର, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ସୁନ୍ଦରୀ ମିଶ୍ର, ପୂର୍ବତନ ଶିକ୍ଷୟତ୍ରି କଲ୍ଲୋଳିନୀ ସରାଫ, ମୈଥିଲି ମିଶ୍ର, କଲ୍ୟାଣୀ ମିଶ୍ର, ଜହ୍ନବି ବେହେରା, ଉମାଶଙ୍କର ପଣ୍ଡା, ତପନ କୁମାର ଦାଶ, ଜଳ୍ପନା ମିଶ୍ର, ସାଧନା ବହିଦାର ପ୍ରମୁଖ ସମ୍ମାନୀତ ଅତିଥି ଭାଵରେ ଯୋଗ ଦେଇଥିଲେ । ଜୟନ୍ତୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ୨୦୦୧ ମସିହାର ଛାତ୍ରୀମାନେ ବିଦାୟ କାଳୀନ ସଂଗୀତ ଗାନ କରିଥିଲେ । ଏହି ଅବସରରେ ଅତିଥି ମାନେ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷୟତ୍ରୀ କିମ୍ବା ଶିକ୍ଷକ ଅବସର ନେବା ପରେ ମଧ୍ୟ ଶିକ୍ଷାର ମହତ୍ବ ଯୁଗେ ଯୁଗେ ରହିଛି ଏବଂ ରହିବ ବୋଲି ଅତିଥି ମାନେ କହିଥିଲେ l 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.