ବୃତ୍ତି ପରୀକ୍ଷାରେ ପ୍ରଥମ ହୋଇ ଗୌରବ ଆଣିଲେ ନର୍ଲା ଶିଶୁ ମନ୍ଦିରର ଛାତ୍ର ଋତୁରାଜ ସେଠୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ଚାରିଛକ ସ୍ଥିତ ଶିକ୍ଷୟତ୍ରୀ ରଶ୍ମିତା ସେଠୀ ଓ ଶିକ୍ଷକ ସଞ୍ଜୟ ସେଠୀଙ୍କ ସୁପୁତ୍ର ଋତୁରାଜ ସେଠୀ ୨୦୨୪-୨୫ରେ ଅନୁଷ୍ଠିତ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି। ନର୍ଲା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଆରୋହୀ ସା, ସ୍ଲାଇସ ବୈଠାରୁ, ଦୁର୍ଗେଶ୍ୱର ସା, ସତ୍ୟ ସାଗର ରାଉତ, ଲୋହିତ ପଧାନ ଓ ସୁନୀଲ ନାଏକ କ୍ରମାନ୍ୱୟରେ ସପ୍ତମ ସ୍ଥାନ ପର୍ଯ୍ୟନ୍ତ ରହି ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସରସ୍ଵତୀ ଶିଶୁ/ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ର ଋତୁରାଜ ପାଠପଢ଼ା ବିଷୟରେ ଟିପ୍ପଣୀ ଦେଇ ତାଙ୍କ ପିତା ସଞ୍ଜୟ ସେଠୀ କୁହନ୍ତି ମୋ ପୁଅ ଋତୁରାଜ ବହୁତ ପରିଶ୍ରମୀ। ସେ କେବଳ ପାଠ ପଢ଼ା ବୋଲି ନୁହଁ ଅନ୍ୟ ପାରିପାର୍ଶ୍ବିକ କାର୍ଯ୍ୟ ଗୁଡ଼ିକ ଉପରେ ମଧ୍ୟ ତାର ଅନେକ ପ୍ରତିଭା ରହିଛି। ସେହିଭଳି ନର୍ଲା ସରସ୍ଵତୀ ଶିଶୁ/ବିଦ୍ୟା ମନ୍ଦିରର ପ୍ରଧନାଚାର୍ଯ୍ୟ ବୁଦ୍ଧ ନାଏକ କୁହନ୍ତି ସେ ଜଣେ ମେଧାବୀ ଛାତ୍ର। ଆମ ଗୁରୁଜୀ ମାନେ ଶିକ୍ଷାଦାନ ବେଳେ ଜାଣିପାରିଥିଲେ ଋତୁରାଜ ବିଦ୍ୟାଳୟ ପାଇଁ ଗୌରବ ଆଣିବ। ଛାତ୍ର ଋତୁରାଜ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି। ଋତୁରାଜଙ୍କ ଏହି ସଫଳତାରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.