ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ପାଳନ ଅବସରରେ କଳାହାଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଜୁନିଅର ରକ୍ଷକ ମାନଙ୍କ ପାଇଁ ଏକ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ତଥା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ପଶ୍ଚିମ ପ୍ରାନ୍ତ କମିଶନର ପ୍ରତାପ କିଶୋର ପଣ୍ଡାଙ୍କ ନେତୃତ୍ୱରେ ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଅଛି। ଅଧ୍ୟକ୍ଷ ପ୍ରାଧ୍ୟାପକ ସରୋଜ କାନ୍ତ ରଥଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ମିଥୁନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡ଼କ ଦୁର୍ଘଟଣାର କାରଣ ଓ ପ୍ରତିକାର ବିଷୟରେ ଆଲୋଚନା କରିଥଲେ। ଯୁବ ରେଡକ୍ରସ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ରକ୍ଷକ ମାଷ୍ଟର ପ୍ରଶିକ୍ଷକ ତଥା ଜିଲ୍ଲା ଯୁବ ରେଡକ୍ରସ ଆବାହକ ସମ୍ପାଦକ ସଂଜୀବ କୁମାର ସାହୁ ଓ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ସଡ଼କ ଦୁର୍ଘଟଣାରେ ସମ୍ମୁଖିନ ହେଉଥିବା ବ୍ୟକ୍ତିଙ୍କୁ କିପରି ତୁରନ୍ତ ପ୍ରାଥମିକ ସହାୟତା ପ୍ରଦାନ କରିବା ସହ ଡାକ୍ତରଖାନା ପହଞ୍ଚାଇ ହେବ ସେହି ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନାରେ ଜୁନିଅର ଏମ୍ ଭି ଆଇ ରାମକୃଷ୍ଣ ମାଝୀ ଓ ତାଙ୍କ ସହଯୋଗୀ ମାନେ ସହାୟତା କରିଥଲେ। ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ ଓ ଯୁବ ରେଡକ୍ରସ ପରାମର୍ଶଦାତା କ୍ଷୀରସିନ୍ଧୁ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ। ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥଲେ। ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ସମେତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.