କଳାହାଣ୍ଡି ବରପୁତ୍ର ସମ୍ମାନ ପାଇଲେ ବୈଦ୍ୟରାଜ ପବିତ୍ର ଶବର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଆୟୋଜିତ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରାର ଚତୁର୍ଥ ସାନ୍ଧ୍ୟ ଅଧିବେଶନରେ ବୈଦ୍ୟରାଜ ପବିତ୍ର ଶବରଙ୍କୁ ମର୍ଯ୍ୟାଦାଜନକ ‘କଳାହାଣ୍ଡି ବରପୁତ୍ର ସମ୍ମାନ-୨୦୨୬’ରେ ସମ୍ମାନିତ କରାଯାଇଛି। ନର୍ଲା ବ୍ଳକ ଟୋଲବ୍ରାହ୍ମଣୀ ଗ୍ରାମର ଶ୍ରୀ ଶବର ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ପାରମ୍ପରିକ ଚେରିମୂଳି ଔଷଧ ମାଧ୍ୟମରେ କର୍କଟ, ବୃକକ, ଯକୃତ, ଗଣ୍ଠିବାତ, ରକ୍ତ ବିକାର ଆଦି ଅନେକ ଦୁଃସାଧ୍ୟ ରୋଗ ସମସ୍ୟାର ସମାଧାନ କରି ହଜାର ହଜାର ରୋଗୀଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି। ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ରୋଗୀଙ୍କ ରୋଗ ଉପସମ କରି ସେ ଜନପ୍ରିୟ କବିରାଜ ଭାବେ ସୁଖ୍ୟାତି ଲାଭ କରିଛନ୍ତି। ଭାରତୀୟ ଆୟୁର୍ବିଜ୍ଞାନ ପରମ୍ପରାର ଜଣେ ସୁଯୋଗ୍ୟ ଉତ୍ତର ଦାୟାଦ ଶ୍ରୀ ଶବରଙ୍କ ନିଃସ୍ଵାର୍ଥପର ଜନସେବା ପାଇଁ କଳାହାଣ୍ଡି ବରପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାପଡିଛି। କଳାହାଣ୍ଡି ଉତ୍ସବ ଅବସରରେ ରେଣ୍ଡୋ ମାଝୀ ମଞ୍ଚରେ ଶ୍ରୀ ଶବରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାଓ୍ବାରଙ୍କ ସମେତ ଅତିଥିବୃନ୍ଦ। ଏହି ପୁରସ୍କାର ପାଇଥିବାରୁ ଶ୍ରୀ ଶବରଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.