କଳାହାଣ୍ଡି,୨୩/୮: ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ ଗ୍ରାମଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ସଂସ୍କାର ଭାରତୀ ସରିଆଁ ସମିତି ଆନୁକୂଲ୍ୟରେ ଗ୍ରାମ ପରିକ୍ରମା ପରେ କୃଷ୍ଣ ବେଶ ଓ ଦଧି ହାଣ୍ଡି ଭଙ୍ଗା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଶ୍ୱଜିତ ଧଙ୍ଗଡ଼ାମାଝୀ ପ୍ରଥମ, ପ୍ରସାର ସାହୁ ଦ୍ଵିତୀୟ ଓ ରୂପେଶ ଭୋଇ ତୃତୀୟ ହେବାସହ ପୁରସ୍କୃତ ହୋଇଥିଲେ।
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅସୀମ ଭୋଇ, ମିଲନ୍ ଭୋଇ, ନିରୋଜ ମହାପାତ୍ର, ଅଚ୍ୟୁତାନନ୍ଦ ଭୋଇ, ସୁନନ୍ଦ ଭୋଇ, ଆନନ୍ଦ ଭୋଇ ପ୍ରମୁଖ। ଏଥିରେ ସ୍ଥାନୀୟ ଭାରତୀୟ ଶିଶୁ ମନ୍ଦିର, ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀ ସହଯୋଗ କରିଥିଲେ।
Click below to get latest News & Views alert on your mobile
http://bit.ly/OBgroup3





