ସମ୍ବଲପୁର: ୱାନ ଷ୍ଟପ୍ ସେଣ୍ଟର ସଖୀ ତରଫରୁ ଜାତୀୟ କନ୍ୟା ଦିବସ ୨୦୨୬ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ୱାନ ଷ୍ଟପ୍ ସେଣ୍ଟର, ସଖୀ ତରଫରୁ ଭୂତାପଡ଼ା ସ୍ଥିତ ଶ୍ରୀ ସତ୍ୟ ସାଇ ମନ୍ଦିର ପ୍ରାଙ୍ଗଣରେ ଜାତୀୟ କନ୍ୟା ଦିବସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ସଖୀର କେନ୍ଦ୍ର ପ୍ରଶସିକା ଶ୍ରୀମତୀ ମୌସୁମୀ ଦୋରାଙ୍କ ଅଧୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାଢ଼ୀ, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଶ୍ରୀମତୀ ବାଣୀ ମହାପାତ୍ର, ସବ୍ ଇନ୍ସପେକ୍ଟର ଧନୁପାଲି ସୁଶ୍ରୀ ଶୁଭସ୍ମିତା ରାୟ, ରେଡ୍ କ୍ରସ୍ ଫିଲ୍ଡ କୋର୍ଡିନେଟର ସୁଶ୍ରୀ ପ୍ରମିଳା ବେହେରା, ସମ୍ବଲପୁର ସହରାଞ୍ଚଳ ଶିଶୁ ସମନ୍ୱୟ ଶ୍ରୀମତୀ ଲିସି ପଟେଲ ଏଵଂ ଶ୍ରୀ ସତ୍ୟ ସାଇଁ ସେବା ସମିତିର ଜିଲ୍ଲା ସହାୟକ ଶ୍ରୀଯୁକ୍ତ ଯୁବରାଜ ମୁନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସହରାଞ୍ଚଳର ଅଙ୍ଗନୱାଡ଼ି କର୍ମୀ, ସହାୟକ, ଏବଂ ବାଳିକାମାନେ ଯୋଗ ଦେଇଥିଲେ। ସମସ୍ତେ ସମାଜରେ ବିଲିକା ଶିଶୁର ପ୍ରୟୋଜନତା ଏଵଂ ସାମାଜିକ ମାନସିକତା ବିଷୟରେ ଆଲୋଚନା କରାଯାଇଥିଲା। କନ୍ୟା ସନ୍ତାନଙ୍କ ଅଧିକାର, ଶିକ୍ଷା, ସ୍ବାସ୍ଥ୍ୟ ଏଵଂ ସେମାନଙ୍କୁ ସମାଜରେ ସମାନ ଅଧିକାର ପ୍ରଦାନ କରିବା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ସମସ୍ତ ଅତିଥିଙ୍କ ସହିତ ଅଂଶ ଗ୍ରହଣ କରିଥିବା ବାଳିକା ମାନେ ସମ୍ବଲପୁର ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାକୁ ଶପଥ ପାଠ କରିଥିଲେ। ଶେଷରେ ଶ୍ରୀମତୀ ଦୋରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରି ସଭା ଶେଷ କରିଥିଲେ। ସଖୀ କର୍ମକର୍ତ୍ତା ମିକି ବାରିକ, ଇତିଶ୍ରୀ ନାୟକ, ମିତାଲି ପଣ୍ଡା, ଭାରତୀ ବାଗ, ଲିଲିମା ମୁଣ୍ଡା, ପଦ୍ମିନୀ ମୁଣ୍ଡା ଓ ମନୋଜ ଏକ୍କା କର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.