୨୬ରେ ବଡ଼ଗୁଣ୍ଡରୀ ଠାରେ ହେବ ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ସମ୍ବିଧାନର ପ୍ରଣେତା ମହାମାନବ ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ବଡ଼ଗୁଣ୍ଡରୀର ଶୋଭା ବଢ଼ାଇବ। ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବଡ଼ଗୁଣ୍ଡରୀ ଗାଁର ଏସସି ପଡ଼ା ଠାରେ ଜାନୁଆରୀ ୨୬ ତାରିଖ ଦିନ ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ହେବ। ବଡ଼ ଗୁଣ୍ଡରୀ ଏସସି ପଡ଼ାବାସୀ ଏବଂ ଅଲ ଓଡିଶା ସିଡିୟୁଲ କାଷ୍ଟ ଫେଡେରେସନ ପକ୍ଷରୁ ଏନେଇ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ସୂଚନା ଅନୁସାରେ ୭୭ତମ ସାଧାରଣ ଗଣତନ୍ତ୍ର ଦିବସ ଅବସରରେ ପୂର୍ବାହ୍ନ ୯ଟାରେ ଶୋଭାଯାତ୍ରା, ୧୧ଟାରେ ପ୍ରତିମୂର୍ତ୍ତି ଉନ୍ମୋଚନ, ୧୨ଟାରେ ସଭା ଏବଂ ୧.୩୦ରେ ସାମୁହିକ ଭୋଜନ ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଞ୍ଚଳବାସୀ ଯୋଗ ଦେବାକୁ ବଡ଼ଗୁଣ୍ଡରୀ ଏସସି ପଡ଼ାବାସୀ ଏବଂ ଅଲ ଓଡିଶା ସିଡିୟୁଲ କାଷ୍ଟ ଫେଡେରେସନ ପକ୍ଷରୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.