ଗାଈକୁ ଧକ୍କା ଦେଇ ପୋଲରେ ଫସିଲା ଟ୍ରଲର: ଭବାନୀପାଟଣା-ରାୟଗଡ଼ ରାସ୍ତା ଜାମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଢେପଗୁଡ଼ା ଠାରେ ପୁଣି ଏକ ଟ୍ରଲର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଏକ ଅଣ ଓସାରିଆ ପୋଲରେ ଏକ ଗାଈକୁ ଧକ୍କା ଦେଇ ଦୁର୍ଘଟଣା ଶିକାର ହୋଇଛି ଟ୍ରଲର।ଟ୍ରଲରଟି ବିଶାଖାପାଟଣା ଠାରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ହଠାତ ସାମ୍ନା ପଟେ ଏକ ଗାଈ ପହଞ୍ଚିବା ପରେ ଭାରସାମ୍ୟ ହରାଇ ଗାଇକୁ ଧକ୍କା ଦେଇ ରାସ୍ତା ମଝିରେ ଫସି ରହି ଥିବା ବେଳେ ଭବାନୀପାଟଣା- ରାୟଗଡ଼ା ସଂଯୋଗ କରୁଥିବା ୬ନମ୍ବ ରାଜ୍ୟ ରାଜପଥ ରାସ୍ତାର ଦୁଇ ପାର୍ଶ୍ଵରେ ଯାନବାହାନ ଜାମ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.