ଟିକ୍ରାପଡ଼ା ଫୁଟବଲ ଟୁର୍ନାମେଣ୍ଟ: ଝରବାହାଲି ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ଲାନ୍ତେଶ୍ୱର ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୧୬ତମ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ଟିକ୍ରାପଡ଼ା ଓ ଝରବାହାଲି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା | ଏଥିରେ ଟିକ୍ରାପଡ଼ାକୁ ୧-୦ ଗୋଲ ବ୍ୟବଧାନରେ ହରାଇ ଝରବାହାଲି ଚମ୍ପିୟାନ ହୋଇଥିଲା | ପୁରୁଷୋତ୍ତମ ବୁଡ଼େକ, ଭକ୍ତବନ୍ଧୁ ପଶାୟତ ଖେଳ ପରିଚାଳନା କରିଥିଲେ | ତୀର୍ଥ ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ୩୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ସିଂ ଦେଓ, ବିଭୁତି ଭୂଷଣ ବଗର୍ତ୍ତୀ, ବରିଷ୍ଠ କ୍ରୀଡ଼ାବିତ ଅରବିନ୍ଦ ସୁପକାର, ଆଇନଜୀବୀ ଟୁନୁ ରାଜପଲିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ | ଟିଟୁ ରାୟ ଧନ୍ୟବାଦ ଅର୍ପଣ କରିଥିଲେ |ନବୀନ ବୁଡ଼େକ, ରମେଶ ବଗର୍ତ୍ତୀ, ତୁଷାର ବାଗଙ୍କ ସମେତ ସଦସ୍ୟଗଣ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.