ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଗଣତନ୍ତ୍ର ଦିବସ ପାଳିତ

ଓଡ଼ିଆ ବାର୍ତ୍ତା /ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଅନ୍ତର୍ଯ୍ୟାମୀ ରାଜପଲିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଶିକ୍ଷୟିତ୍ରୀ ବୈଜୟନ୍ତି ମହାକୁର ସ୍ୱାଗତ ଭାଷଣ ଦେଇଥିଲେ | ବର୍ଷାରାଣୀ ବୁଡ଼େକ, ଲତିକା କଲେତ, ଚୁମକି ଦୀପ, ଅମ୍ରିତା ରାଜପଲିଆ, ଆରୋହୀ ରାଜପଲିଆ, ପ୍ରତୀକ୍ଷା ନାଗ, ତୃପ୍ତିମୟୀ ମେହେର, ସିମ୍ରନ ହିଆଲ, ଦିବ୍ୟାରାଣୀ ହିଆଲ, ଶୁଭଶ୍ରୀ ତାଣ୍ଡି, ଝରଣା ତାଣ୍ଡି, ଛାତ୍ର ପ୍ରିୟାଂଶୁ ହିଆଲ, ଅର୍ମାନ ବାଗ, ହିମାଂଶୁ ପୁଟେଲ, ଦୁର୍ବାଦଳ ସାହୁ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ | ଅର୍ଜୁନ ଖର୍ସେଲ, ବିପିନ୍ଦ୍ର ପୁଟେଲ, କୂଳମଣି ସିକା, ସିଦ୍ଧାର୍ଥ ବେହେରା, ସନ୍ୟାସୀ ବାଗ, ଲିଙ୍ଗରାଜ ନାଗ, ରବୀନ୍ଦ୍ର ପୁଟେଲ, ପ୍ରଶାନ୍ତ ମେହେର, ବୁଲୁ ପୁଟେଲ, ସୌମ୍ୟରଞ୍ଜନ ବଗର୍ତ୍ତୀ, ତରଣୀ ଖର୍ସେଲ, ପ୍ରଶାନ୍ତ ମେହେର, ଭାସ୍କର ଧରୁଆ, ଭାଗେଶ୍ଵର ରାଜପଲିଆଙ୍କ ସମେତ ବହୁ ସଂଖ୍ୟାରେ ଅଭିଭାବକ, ଶୁଭାକାଂକ୍ଷୀ ଉପସ୍ଥିତ ରହିଥିଲେ | ପରେ ଛାତ୍ରଛାତ୍ରୀ କମାଣ୍ଡର ଦୀପକ କଲେତ, ଆସିଷ୍ଟାଣ୍ଟ କମାଣ୍ଡର ୟଶରାଜ ଚାନ୍ଦ, ଆରୋଷ ବାଗ, ମୋହିତ ବିଭାରଙ୍କ ନେତୃତ୍ୱରେ ଗ୍ରାମରେ ଘୋଷବାଦ୍ୟ ସହ ପଥ ସଞ୍ଚଳନ କରିଥିଲେ | ପଥ ସଞ୍ଚଳନ କନିଷ୍କ ରାଜପଲିଆ, ଅର୍ମାନ ବାଗ, ପରିତୋଷ ନାଏକ, ଦୁର୍ବାଦଳ ସାହୁ, ଶୁଭମ୍ ବାରିକ, ଯୋଗମୟ ବାଗ ଘୋଷବାଦ୍ୟ ବାଦନ କରିଥିଲେ | ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ସଙ୍ଗୀତା ବାଗ, ସାବିତ୍ରୀ ରାଜପଲିଆ, ଭାର୍ଗବୀ ରାଜପଲିଆ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ପ୍ରହ୍ଲାଦ ସିନ୍ଧ୍ରୀଆ, ମୁରଲୀ ହାତୀଖୁଜିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.