ଜାମଖୁଣ୍ଟା ସାଧୁ ଗୌଡେଶ୍ୱର ଯୁବକ ସଂଘ ଆନୁକୂଲ୍ୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ୭୭ ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଉଦ୍ଦୀପନା ସହିତ ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତ ର ଜାମଖୁଣ୍ଟା ସାଧୁ ଗୌଡ଼ଶ୍ୱର ଯୁବକ ସଂଘ ଆନୁକୂଲ୍ୟରେ ରେ ପାଳିତ ହୋଇଯାଇଛି। ଗାଁ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଧରପଗଡ଼ ହାଇସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଯୋଗ ଦାନ କରିଥିବା ଦେଖିବାକୁ ମିଳିଥିଲା। ଗାଁ ପରୀକର୍ମା କରିବାର ପରେ ଜାମଖୁଣ୍ଟା ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ସେଠ ପତକା ଉତ୍ତଳନ କରିଥିଲେ ଅଭି ଭାଷଣ ରଖିଥିଲେ। ଗୀତାଞ୍ଜଳୀ ଦଣ୍ଡ ସେନା ସ୍କୁଲ ସଭାପତି ସୁରେଶ କୁମ୍ଭାର ଆଗେନୱାଡି ଦିଦି ସଂଜୁ ଲତା ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଛୋଟ ଛୋଟ ଛୁଆ ମାନଙ୍କ ଦ୍ୱାରା ସାଂସ୍କୃତି କାଯ୍ୟକ୍ରମ ହୋଇଥିଲା ସାଧୁ ଗୌଡେଶ୍ୱର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.