ବଡ଼ଗୁଣ୍ଡରୀ ଠାରେ ବାବା ସାହେବ ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ବଡ଼ଗୁଣ୍ଡରୀ ଗାଁର ଏସସି ପଡ଼ା ଠାରେ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବିଧାନର ପ୍ରଣେତା ମହାମାନବ ବାବା ସାହେବ ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି। ବଡ଼ଗୁଣ୍ଡରୀ ଏସସି ପଡ଼ାବାସୀ ଏବଂ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ ପକ୍ଷରୁ ଏନେଇ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ (ଏଓଏସସିଏଫ) ଉପଦେଷ୍ଟା ଧରମ କୁମାର ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଓଏସସିଏଫର ରାଜ୍ୟ ସଭାପତି ଧନଞ୍ଜୟ ଦୀପ, ମୁଖ୍ୟ ବକ୍ତା ଭାବେ ବିକେଏମ କଳାହାଣ୍ଡି ସଂଯୋଜକ ଲବ କରୁଆଁ, ସମ୍ମାନିତ ଅତିଥି ଭାବେ ଏଓଏସସିଏଫ କଳାହାଣ୍ଡି ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ବିଶିଷ୍ଟ ନାରୀନେତ୍ରୀ କମଳିନୀ ଯାଦବ, ନର୍ଲା ବ୍ଲକ ଏଓଏସସିଏଫ ସଭାପତି ରଘୁନାଥ ଦୀପ, ଏଓଏସସିଏଫ ମହାସଚିବ ଶତ୍ରୁଘନ ନାଏକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ଏଓଏସସିଏଫ ମହିଳା ସଭାନେତ୍ରୀ ସୁଭଦ୍ରା ସେକ ଆଜାଦ, ଗାଡେବନ୍ଧ ଏଓଏସସିଏଫ ସଭାପତି ବନମାଳୀ ତାଣ୍ଡି, ପୂର୍ବତନ ସରପଞ୍ଚ ସୁକାନ୍ତି ସୁନା, କଲମପୁର ସଭାପତି ବଳରାମ ଦୁର୍ଗା, ମ.ରାମପୁର ସଭାପତି ଦୟା ଦାନ୍ ନାଗ, ନର୍ଲା ଉପସଭାପତି ଶୈଳ କୁମାର, କେସିଙ୍ଗା ଏନଏସି ସଭାପତି ବିଷ୍ଣୁ ମଙ୍ଗରାଜ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ନର୍ଲା ବ୍ଲକ ଯୁବ ସଂଯୋଜକ ଦିଲ୍ ଦେଓ ଘରଡା, ଭକ୍ତ ଗୌର ସୁନା, ଭୂମୀଦାତା ବିମଳା ସୁନା, ଶିକ୍ଷାବିତ ଲୋକନାଥ କରୁଆଁ, ଜିଲ୍ଲା ସାମାଜିକ ଉପମୁଖ୍ୟ ଗିରିଜା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଏଓଏସସିଏଫ ନର୍ଲା ବ୍ଲକ ଉପସଭାପତି ନରୋତ୍ତମ କରୁଆଁ। ପ୍ରାରମ୍ଭରେ ଏଓଏସସିଏଫର ରାଜ୍ୟ ସଭାପତି ଧନଞ୍ଜୟ ଦୀପ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମଧ୍ୟାହ୍ନରେ ନଗର ପରିକ୍ରମା, ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ଏବଂ ଅପରାହ୍ନରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବଡ଼ଗୁଣ୍ଡରୀ ଏସସି ପଡ଼ାର ଶ୍ରୀକର ସୁନା, ଅର୍ଜୁନ ସୁନା, ଲବଣୀ ସୁନା, ରାହୁଲ ସୁନା, ଛୋଟୁଲାଲ ସୁନା, ସୁନୀଲ ସୁନା, ସୁକଦେବ ସୁନା, ପୁଷ୍ପେନ୍ଦ୍ର ତାଣ୍ଡି, ମୁକେଶ ସୁନା, ଗୌର ସୁନା, ଶିବ ସୁନା, ସେମନ୍ତ ତାଣ୍ଡି, ହରି ସୁନା, ବିଜେ ସୁନା, ଅଭିରାମ ସୁନା, ବଇବ ସୁନା, କୌତୁକ ତାଣ୍ଡି, ଡାଲିମ୍ବ ସୁନା, ଉଷା ସୁନା, ଯମୁନା ସୁନା, ସେବତୀ ସୁନା, ଚଞ୍ଚଳା ସୁନା, ଆଗର ବେନିଆଁ, ଅଞ୍ଜନା ସୁନା, ସୁକେଶି ତାଣ୍ଡି, ଗାୟତ୍ରୀ ବାଗ, କୁନ୍ତି ତାଣ୍ଡି, ସୁକାନ୍ତି ସେନାପତି ଓ ଆରତି ସୁନା, ଗଣେଶ୍ୱର ସୁନା, ଟଙ୍କଧର ତାଣ୍ଡି, ମଞ୍ଜୁ ସୁନା, ଇନ୍ଦୁମତୀ ସୁନା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.