ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ମସ୍କାଗୁଡା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଦୋମସ୍କାର କାର୍ଯ୍ୟରତ ଶିକ୍ଷକ ସନ୍ତୋଷ କୁମାର ସାହୁ ସାଧାରଣତନ୍ତ୍ର ଦିବସ ଅବସରରେ ବିଦ୍ୟାଳୟରେ ନିଜସ୍ୱ ଅର୍ଥରେ ସ୍ବେଟର ବଣ୍ଟନ କରିଛନ୍ତି। ଶୀତଦିନରେ କିଛି ଛାତ୍ର ଛାତ୍ରୀ ବିନା ସ୍ଵେଟର ଆସୁଥିବା ସେ ଦେଖିଥିଲେ, ପିଲାଙ୍କୁ ପଚାରିବାରୁ ସ୍ଵେଟର ନ ଥିବା ଜାଣିବାକୁ ପାଇଥିଲେ। ପିଲାଙ୍କ ଅସୁବିଧା କୁ ହୃଦୟଙ୍ଗମ କରି ନିଜସ୍ୱ ଆର୍ଥିକ ସମ୍ବଳ ବ୍ୟବହାର କରି ପିଲାଙ୍କୁ ସାଧାରଣ ତନ୍ତ୍ର ଦିବସରେ ସ୍ଵେଟର ବଣ୍ଟନ କରିଥିଲେ। ଶିକ୍ଷକଙ୍କ ଏହି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମସ୍କାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରକାଶ ଚନ୍ଦ୍ର ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଶରତ ଚନ୍ଦ୍ର ବେରୁକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଜଗନ୍ନାଥ ମାଝୀ, ସୁରେଶ ଚନ୍ଦ୍ର ଭୋଇ, ଜଗବନ୍ଧୁ ନନ୍ଦ, ଝସକେତନ ବୁଦ୍ଧିଆ, ଅକ୍ଷୟ କୁମାର ବେହେରା ସହଯୋଗ କରିଥିଲେ।





