ବକଟପୁର ମାଁ ହିରାନୀଳାଙ୍କ ଝାମୁଯାତ୍ରା ମହୋତ୍ସବରେ ଉଦଯାପିତ ହେଲା ନୃତ୍ୟ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ସ୍ଥିତ ବକଟପୁର ଠାରେ ମାଁ ହିରାନୀଳାଙ୍କ ଝାମୁଯାତ୍ରା ମହୋତ୍ସବ ଅବସରରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ନୃତ୍ୟ ପ୍ରତିଯୋଗିତା ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ଏସିଏଫ୍ ତଥା ବିଶ୍ଵନାଥପୁର ଭାରପ୍ରାତ ରେଞ୍ଜର ନରୋତ୍ତମ ମାଝୀ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ବିଶ୍ଵନାଥପୁର ଥାନାଧିକାରୀ ତୁଲସୀରାମ ଶବର, ମୂଖ୍ୟବକ୍ତା ଭାବେ ପୋଖରୀବନ୍ଧ କାର୍ଯ୍ୟନିର୍ବାହୀ ଅଧିକାରୀ ଭିଷ୍ମ ମେହେର, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ନିଲେଶ କୁମାର ନାଗ, ଯୋଗାଣ ସହାୟକ କୁଳମଣି ବେହେରା, କମିଟି ଉପସଭାପତି କର୍ଣ୍ଣ ମାଝୀ, ଶିକ୍ଷକ ଉଗ୍ରସେନ ବାଗ, ଶଙ୍କର ପ୍ରଧାନୀ, ସମାଜସେବୀ ଜୟମନି ବେହେରା ପ୍ରମୁଖ ମଞ୍ଚାସିନ ରହି ପ୍ରତିଯୋଗି ମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ। ମାଁ ହିରାନୀଳା ଝାମୁଯାତ୍ରା ମହୋତ୍ସବ କମିଟି ସଭାପତି ରମେଶ ଚନ୍ଦ୍ର ସାହୁ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ପରିଚାଳନା କରିଥିବା ବେଳେ କମିଟି କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ବାରିକ ସାମୁହିକ ଧନ୍ୟବାଦ ଦେଇଥିଲେ। ଏଥିରେ ସାଧାରଣ ସମ୍ପାଦକ ବିକ୍ରମାଦିତ୍ୟ ବାରିକ, ମୂଖ୍ୟ ପୂଜକ ଶ୍ରୀନିବାସ ନାଏକ,ବାହୁକ ଶରଦ ଗଣ୍ଡା, ସହ କୋଷାଧ୍ୟକ୍ଷ ମୁକେଶ ସାହୁ, କମିଟି ସଦସ୍ୟ ଦେବାନନ୍ଦ ସାହୁ, ଫକିର ଗଣ୍ଡା, ରିଙ୍କୁ ବାରିକ, କ୍ରିଷ୍ଣା ବାରିକ, ବାସ ମାଝୀ, ଏକଲବ୍ୟ ବେହେରା, କେଶବ ଗଣ୍ଡାଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତା କାଲି ବୁଧବାର ମାଁ ହିରାନୀଳାଙ୍କ ଝାମିଯାତ୍ରା ଅନୁଷ୍ଠିତ ହେବ ମାଁ କାଳସୀ ନିଆଁରେ ଚାଲି ଭକ୍ତଙ୍କୁ ଦର୍ଶନ ଦେବେ ବୋଲି କମିଟି ସଭାପତି ଶ୍ରୀ ସାହୁ ପ୍ରକାଶଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.