ନବନିର୍ମିତ ଝାଡ଼େଶ୍ୱର ମହାଦେବ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଓଡ଼ିଆ ବାର୍ତ୍ତା/ ସିନାପାଲି (ଲକ୍ଷ୍ମୀକାନ୍ତ ହଂସ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଯମୁନାସାଗର ସ୍ଥିତ ନବନିର୍ମିତ ଝାଡ଼େଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉତ୍ସାହ ଓ ଆଡମ୍ବର ସହିତ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରତ୍ନମୁଦ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଏହି ମହାଦେବ ମନ୍ଦିରର ଆବାହକ ଓ ନିର୍ମାଣ କର୍ତ୍ତା ଭାବେ ଶ୍ରୀ ମହାବୀର ମିଶ୍ର ଓ ତାଙ୍କର ଧର୍ମପତ୍ନୀ ଭୂମିସୁତା ମିଶ୍ର ସମଗ୍ର କାର୍ଯ୍ୟକ୍ରମର ଦାୟିତ୍ୱ ନିର୍ବାହ କରିଥିଲେ। ଉକ୍ତ ପୂଜାକାର୍ଯ୍ୟରେ ପୂଜକ ସଞ୍ଜିବ କୁମାର ଠାକୁର, ପ୍ରଦ୍ୟୁମ୍ନ ମୁଣ୍ଡ, ଚିତ୍ତରଞ୍ଜନ ବେହେରା, ଚଣ୍ଡୀ ପ୍ରସାଦ ବେହେରା ଓ ସୁଧାଂଶୁ ମୁଣ୍ଡ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ପ୍ରତିଷ୍ଠା ଉତ୍ସବରେ ଗ୍ରାମର ଶତାଧିକ ମହିଳା ସମେତ ଅନେକ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ। ରତ୍ନମୁଦ କାର୍ଯ୍ୟକ୍ରମରେ ଭକ୍ତମାନେ ସୁନା, ରୂପା ସହିତ ବିଭିନ୍ନ ପ୍ରକାରର କଳସ ଦାନ କରି ଧାର୍ମିକ ଉତ୍ସାହ ପ୍ରଦର୍ଶନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.