ସରକାରୀ ଉଚ୍ଚ ବିଦ୍ୟାଳୟ ଅଟ୍ଟାଙ୍ଗଗୁଡାର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସରକାରୀ ଉଚ୍ଚ ବିଦ୍ୟାଳୟ ଅଟ୍ଟାଙ୍ଗଗୁଡାର ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆଚାରୀ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ନିହାରିକା ଦେବୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଶ୍ରୀ କୈଳାସ ଚନ୍ଦ୍ର ନାଏକ ସରପଞ୍ଚ,ଦୁଆରସୁନୀ, ଶ୍ରୀ ବିଜୟ କୁମାର ଦାଶ ସିଆରସିସି ଅଟ୍ଟାଙ୍ଗଗୁଡା କ୍ଲଷ୍ଟର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ଧନେଶ୍ୱର ରାଉତ ।

ନିରନ୍ତର ଉଦ୍ୟମ ଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭ ସଫଳତା ର ଶିଖରକୁ ଛୁଇଁପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ର ବାର୍ଷିକ ବିବରଣୀ ପ୍ରଧାନ ଶିକ୍ଷକ ଶ୍ରୀମତି ଗୀତାଞ୍ଜଳି ପ୍ରଧାନ ପାଠ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସୁଶ୍ରୀ ହେମବନ୍ତୀ ନାଏକ।

ବିଦ୍ୟାଳୟ ର ଶିକ୍ଷକ ପ୍ରଶାନ୍ତ କୁମାର ବିଷୋୟୀ, ପ୍ରମୋଦ ଦୋରା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବାବେଳେ ସଙ୍ଗୀତ ରେ ସହଯୋଗ କରିଥିଲେ ନେତ୍ରଧ୍ବଜ ପଲାଇ । ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ସବିତା ଦାଶ । ପୁରସ୍କାର ବିତରଣ ରେ ସହଯୋଗ ବନ୍ଦନା ଧ୍ରୁବ ମହାରଣା ଓ ରଶ୍ମିତା ସାହୁ କରିଥିଲେ ।

ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ରଶ୍ମି ରେଖା ମିଶ୍ର, ମଦନମୋହନ ପାଣିଗ୍ରାହୀ, ସନ୍ତୋଷ ପଟ୍ଟନାୟକ, ସ୍ୱର୍ଣ୍ଣଲତା ମାଝୀ, ସୁରଭି ନାଗ , ପରବିନ୍ ବେଗମ ,କାହ୍ନା ଦାଶଙ୍କ ସକ୍ରିୟ ସହଯୋଗ ରେ ସଫଳତା ର ସହ ବାର୍ଷିକ ଉତ୍ସବ ସମାପ୍ତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.