ବଡ଼ଗୁଣ୍ଡରୀ ଆମ୍ବେଦକର ପଡ଼ାରେ ଅନୁଷ୍ଠିତ ହେଲା ଧନ୍ୟବାଦ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ବଡ଼ଗୁଣ୍ଡରୀ ଗାଁର ଆମ୍ବେଦକର ଷ୍ଟାଚ୍ୟୁ ଠାରେ ବୁଧବାର ଏକ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ (ଏଓଏସସିଏଫ) ଉପଦେଷ୍ଟା ଧରମ କୁମାର ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ସଭାରେ ପଡ଼ାବାସୀ ଉପସ୍ଥିତ ଥିଲେ। ଗତ ସାଧାରଣତନ୍ତ୍ର ଦିବସ ଅବସରରେ ବଡ଼ଗୁଣ୍ଡରୀ ଗାଁ ଆମ୍ବେଦକର ପଡ଼ାରେ ସମ୍ବିଧାନର ପ୍ରଣେତା ମହାମାନବ ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଥିଲା। ବଡ଼ଗୁଣ୍ଡରୀ ଆମ୍ବେଦକର ପଡ଼ାବାସୀ ଏବଂ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ ପକ୍ଷରୁ ଏନେଇ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଏଓଏସସିଏଫର ରାଜ୍ୟ ସଭାପତି ଧନଞ୍ଜୟ ଦୀପ, ମୁଖ୍ୟ ବକ୍ତା ଭାବେ ବିକେଏମ କଳାହାଣ୍ଡି ସଂଯୋଜକ ଲବ କରୁଆଁ, ସମ୍ମାନିତ ଅତିଥି ଏଓଏସସିଏଫ କଳାହାଣ୍ଡି ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ବିଶିଷ୍ଟ ନାରୀନେତ୍ରୀ କମଳିନୀ ଯାଦବ, ନର୍ଲା ବ୍ଲକ ଏଓଏସସିଏଫ ସଭାପତି ରଘୁନାଥ ଦୀପ, ଏଓଏସସିଏଫ ମହାସଚିବ ଶତ୍ରୁଘନ ନାଏକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ଏଓଏସସିଏଫ ମହିଳା ସଭାନେତ୍ରୀ ସୁଭଦ୍ରା ସେକ ଆଜାଦ, ବରିଷ୍ଟ ସମାଜ ସୁଧାରକ ବୈଦରାଜ ବେହେରା, ସମାଜସେବୀ ଶଶୀଦେବ ମହାନନ୍ଦ, ଏଓଏସସିଏଫ ଜିଲ୍ଲା ଉପଦେଷ୍ଟା ପ୍ରମୋଦ କୁମାର ତାଣ୍ଡି, ଏଓଏସସିଏଫ ମଦନପୁର ରାମପୁର ବ୍ଲକ ସାଧାରଣ ସମ୍ପାଦକ ପ୍ରେମ ସାଗର, ଗାଡେବନ୍ଧ ଏଓଏସସିଏଫ ସଭାପତି ବନମାଳୀ ତାଣ୍ଡି, ପୂର୍ବତନ ସରପଞ୍ଚ ସୁକାନ୍ତି ସୁନା, କଲମପୁର ସଭାପତି ବଳରାମ ଦୁର୍ଗା, ମ.ରାମପୁର ସଭାପତି ଦୟା ଦାନ୍ ନାଗ, ନର୍ଲା ଉପସଭାପତି ଶୈଳ କୁମାର, କେସିଙ୍ଗା ଏନଏସି ସଭାପତି ବିଷ୍ଣୁ ମଙ୍ଗରାଜ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ନର୍ଲା ବ୍ଲକ ଯୁବ ସଂଯୋଜକ ଦିଲ୍ ଦେଓ ଘରଡା, ଭକ୍ତ ଗୌର ସୁନା, ଭୂମୀଦାତା ବିମଳା ସୁନା, ଶିକ୍ଷାବିତ ଲୋକନାଥ କରୁଆଁ, ଜିଲ୍ଲା ସାମାଜିକ ଉପମୁଖ୍ୟ ଗିରିଜା ବେହେରା, ଏଓଏସସିଏଫ ନର୍ଲା ବ୍ଲକ ଉପସଭାପତି ନରୋତ୍ତମ କରୁଆଁ, ଏଓଏସସିଏଫ ନର୍ଲା ବ୍ଲକ ସଭାପତି ତଥା ସମସ୍ତ କର୍ମକର୍ତ୍ତା, କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ସମସ୍ତ ବୁଦ୍ଧିଜୀବୀ, ଆମ୍ବେଦକରପ୍ରେମୀ, ଶିକ୍ଷାବିତ, ଆଇନଜୀବୀ, ସାମ୍ବାଦିକ, ସମସ୍ତ ମାଆ ଭଉଣୀ, ଯୁବକ ସାଥି ପ୍ରମୁଖଙ୍କ ସହ ବାବା ସାହେବ ଆମ୍ବେଦକରଙ୍କ ଷ୍ଟାଚ୍ୟୁ ନିର୍ମାଣ ତଥା ଉନ୍ମୋଚନ ଉତ୍ସବରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ବଡ଼ଗୁଣ୍ଡରୀ ଗାଁ ଆମ୍ବେଦକର ପଡ଼ାବାସୀ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.