ମୂଷାନାଳ ମହାବିର ୱାରିୟର୍ସ ଏକ ଦିବସୀୟ ନକଆଉଟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୂଷାନାଳ ସ୍ଥିତ ସ୍ଥାନୀୟ ଖେଳପଡିଆଠାରେ ମୂଷାନାଳ ମହାବିର ୱାରିୟର୍ସ ଆନୁକୂଲ୍ୟରେ ଦିବସୀୟ ନକଆଉଟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଫାଇନାଲ ମ୍ୟାଚ୍ ଲାଞ୍ଜି ପଞ୍ଚାୟତ କାଣ୍ଡାମା ଓ ବେନଗାଁ ପଞ୍ଚାୟତ ଖମାରି ଦଳ ମଧ୍ୟରେ ହୋଇଥିଲା।କାଣ୍ଡାମା ଦଳ ପ୍ରଥମେ ଟସ ଜିତି ଫିଲଡ଼ିଂଙ୍ଗ ନେଇଥିବା ବେଳେ ଖମାରି ଦଳ ପ୍ରଥମ ବ୍ୟାଟିଂ କରି ୧୦ ଓଭର ୫ ଉଇକେଟ ବିନିମୟରେ ୧୨୨ ରନ୍ କରିଥିବା ବେଳେ ଜବାବରେ କାଣ୍ଡାମା ଦଳ ୯ ଓଭରରେ ସମସ୍ତ ଉଇକେଟ ହରାଇ ୬୧ ରନ୍ କରି ଖମାରି ଦଳ ଠାରୁ ପରାଜୟ ହୋଇଥିଲେ।ଏହି ମ୍ୟାଚରେ ଖେଳ ପରିଚାଳନା କାହ୍ନା ଦୋରା ଓ ରାଜା ପୂଜାରୀ କରିଥିବା ବେଳେ ଧାରା ବିବରଣୀ ସଞ୍ଜୟ ପାତ୍ର ଏବଂ ସ୍କୋର ବୋର୍ଡ଼ରେ ରାହୁଲ ପୂଜାରୀ କାର୍ଯ୍ୟ ତୁଲାଇଥିଲେ।ଏହି ଉଦଯାପନୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ମୂଷାନାଳ ସମାଜସେବୀ ପବିତ୍ର ବାଗ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଧନେଶ୍ୱର ପାତ୍ର, ରଘୁରାମ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଏକ ଦିବାସୀୟ ପ୍ରତିଯୋଗିତାରେ ୮ ଟି ଦଳ ସାମିଲ ହୋଇଥିଲେ।ମୂଷାନାଳ ମହାବିର ୱାରିୟର୍ସ କ୍ରିକେଟ କ୍ଳବ ପକ୍ଷରୁ ଲୁଲୁ ସରାଦ, ଅଜୟ ପାତ୍ର, ବଣ୍ଟି ପାତ୍ର, ବାପି ରାଉତ, ସୁଭମ ଦାସ ସହ କ୍ରିକେଟ କ୍ଳବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.