ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଗଡ଼ାରେ ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ବିଦ୍ୟାଳୟରେ ଶୈକ୍ଷିକ କାର୍ଯ୍ୟ ସହ ସହଶୈକ୍ଷିକ କାର୍ଯ୍ୟର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇ ନପାରେ । ସେହି ସହଶୈକ୍ଷିକ କାର୍ଯ୍ୟର ଅଂଶ ବିଶେଷ ହେଉଛି ବିଦ୍ୟାଳୟର ବାର୍ଷିକ ଉତ୍ସବ।

ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଶଗଡ଼ାଠାରେ ବାର୍ଷିକ ଉତ୍ସବ-୨୦୨୬ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷାର୍ଥୀର ସର୍ବାଙ୍ଗୀନ ବିକାଶ ପାଇଁ ଅଭିଭାବକ,ଶିକ୍ଷକଶିକ୍ଷୟିତ୍ରୀ ଓ ସମାଜର ଭୂମିକା ନିତାନ୍ତ ଜରୁରୀ ବୋଲି ଅଭିହିତ କରିଥିଲେ।

ଏଥିସହ ମୁଖ୍ୟବକ୍ତା ଭାବରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର, ସମ୍ମାନୀତ ଅତିଥି ଭାବରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟର ଟଙ୍କଧର ସାହୁ ଓ ଜିତେନ୍ଦ୍ର ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ସାହୁ ସଭାପତିତ୍ୱ କରିବା ସହ ଶିକ୍ଷକ ଯୁଧିଷ୍ଠିର ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିକ୍ଷୟିତ୍ରୀ ମଧୁସ୍ମିତା ପଣ୍ଡା ଓ ବନିତା ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ବାର୍ଷିକ ମୁଖପତ୍ର ଫୁରଲିଝରନ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ଆକାଂକ୍ଷୀ ପାଠ୍ୟକ୍ରମ ସାହିତ୍ୟ ସୃଜନୀ,କ୍ରୀଡାଙ୍ଗନ,ଜିଜ୍ଞାସା,କୌଶଳୀ ପ୍ରଦର୍ଶନ ବୁଲି ଦେଖିଥିଲେ।

ବିଦ୍ୟାଳୟର ଚାରୋଟି ବିଭାଗରେ ଛାତ୍ରଛାତ୍ରୀମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା ,ସର୍ବୋତ୍ତମ ଉପସ୍ଥାନ,ଗତ ଶିକ୍ଷାବର୍ଷରେ ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ,ଉତ୍ତମ ଛାତ୍ର ଏବଂ ପୂର୍ବରୁ ଅନୁଷ୍ଠତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ସ୍ଵତନ୍ତ୍ର ଅତିଥି ଭାବରେ ଯୋଗଦେଇ ଲୋକ ଗୀତ ଗାୟକ ତଥା ଆଦର୍ଶ ଶିକ୍ଷକ ସର୍ବେଶ୍ବର ଭୋଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପୂର୍ବକ ୩ ଏମ୍. ତଥା ମ୍ୟୁଜିକ୍, ମ୍ୟାଥମେଟିକ, ମେଡିଟେସନ ସମ୍ପର୍କରେ ଆଲୋଚନା କରିବା ସହ ଲୋକପ୍ରିୟତା ଲାଭ କରିଥିବା କିଛି ଲୋକ ଗୀତ ପରିବେଷଣ କରିଥିଲେ ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.