ତୁର୍କା ଗାଁ ରାସ୍ତା ନିର୍ମାଣ କାମ ନିମ୍ନମାନର ଅଭିଯୋଗ: ମାସେରେ ଉଠିଲା ଚିପ୍‌ସ, ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ତୁର୍କା ଗାଁକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତାର କାମ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି।ଏକ ମାସ ମଧ୍ୟରେ ରାସ୍ତାରୁ ଚିପ୍‌ସ ଉଠିଯାଉଥିବା ସମୟରେ ସ୍ଥାନେ ସ୍ଥାନେ ଗାତ ସୃଷ୍ଟି ହୋଇଛି। ବର୍ତ୍ତମାନ ତାହା ଅତ୍ୟନ୍ତ ଶୋଚାନୀୟ ହୋଇପଡ଼ିଥିବା ବେଳେ ରାସ୍ତାର ସ୍ଥାୟିତ୍ବକୁ ନେଇ ତୁର୍କା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଲାଞ୍ଜି ପଞ୍ଚାୟତ ଯୁବା ଗାଁ ଛକଠାରୁ ତୁର୍ଗା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି ୪.୫୦ କିମି ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୋଟ ଅଟକଳ ମୂଲ୍ୟ ଟ.୪୧୩.୭୦ ଲକ୍ଷ ରହିଥିଲା। ଠିକାଦାର ଶିବ ରଞ୍ଜନ ସାହୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ କରିଥିବା ଚୁକ୍ତି ଅନୁଯାୟୀ କାର୍ଯ୍ୟ ଆରମ୍ଭ ୧୨.୦୩.୨୦୨୪ ତଥା କାର୍ଯ୍ୟ ଶେଷ ତାରିଖ ୧୧.୧୨.୨୦୨୪ ରହିଥିଲା।କିନ୍ତୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଠିକାଦାର ଉଚିତ ସମୟରେ ନକରି ବିଳମ୍ବରେ ଆରମ୍ଭ କରି ୨୦୨୫ ଡିସେମ୍ବରରେ ଶେଷ କରିଥିଲେ।ରାସ୍ତା କାମରେ କମ୍ ପରିମାଣରେ ଚିପ୍‌ସ ଓ ପିଚୁ ବ୍ୟବହାର ହୋଇଥିଲା। ଏହାକୁ ନେଇ ସେହି ସମୟରେ ଗ୍ରାମବାସୀ ଅଭିଯୋଗ କରିଥିଲେ।କିନ୍ତୁ ରାସ୍ତା ନିର୍ମାଣ ଦାଇତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବା ବେଳେ ଠିକାଦାର ଶୁଣି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଯଦ୍ବାରା କାମ ସମ୍ପୂର୍ଣ୍ଣ ହେବାର ଏକ ମାସ ମଧ୍ୟରେ ବର୍ତ୍ତମାନ ରାସ୍ତାରୁ ଚିପ୍‌ସ ଉଠିଯାଇଛି।ନିର୍ମାଣର ୫ ବର୍ଷ ପର୍ଯ୍ୟନ୍ତ ଏହି ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୨୦.୬୮ ଲକ୍ଷ ରହିଥିବା ବେଳେ ଶେଷ ତାରିଖ ୧୧.୧୨.୨୦୨୯ ପର୍ଯ୍ୟନ୍ତ ରହିଛି।ରାସ୍ତାରେ ଲାଗିଥିବା ସୂଚନା ଫଳକ ଅନୁସାରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ଡିସେମ୍ବର ୨୦୨୪ ରହିଛି।କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇ ୧ ମାସ ହୋଇଛି।ରାସ୍ତାଟି ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅସିତ ଖଟୁଆଙ୍କୁ ଅଭିଯୋଗ କରାଯାଉଥିଲେ କେହି ଶୁଣୁନଥିବା ଗ୍ରାମବାସୀ ପ୍ରକାଶ କରୁଛନ୍ତି।ଏନେଇ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅସିତ ଖଟୁଆଙ୍କୁ ପଚାରିବାରୁ କେତେ ସ୍ଥାନରେ ପିଚୁ ଉଠିଛି ବୋଲି କହିବା ସହ ମୁଁ ଠିକାଦାରଙ୍କୁ କହୁଛି ବୋଲି ପ୍ରକାଶ କରିଛନ୍ତି।ଏଣୁ ତୁରନ୍ତ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.