ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ପାଳନ ଓ ହେଲମେଟ ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ ତରଫରୁ ଜାତୀୟ ସଡ଼କ ସୁରକ୍ଷା ପାଳନ ଅବସରରେ ଲାଞ୍ଜିଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ପଦକ୍ଷେପ ଦ୍ୱାରା ଗାଡ଼ି ସୁରକ୍ଷିତ ଚଲାଇବା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଜୀବନ ସୁରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଅଟେ। କାର୍ଯ୍ୟକ୍ରମର ଅଂଶ ଭାବରେ, ବ୍ୟକ୍ତିଗତ ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ଯାତାୟାତକୁ ଉତ୍ସାହିତ କରିବା ପାଇଁ ବିନା ହେଲମେଟରେ ଦୁଇଚକିଆ ଯାନ ଚଳାଉଥିବା ଅଭାବୀ ଚାଳକ ମାନଙ୍କୁ ସଡକ ସୁରକ୍ଷା ବିଷୟରେ ଅବଗତ କରାଇ କ୍ରାସ୍ ହେଲମେଟ୍ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବେଦାନ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିରେନ୍ଦ୍ର ସିଂ, ସ୍ୱାସ୍ଥ୍ୟ ସୁରକ୍ଷା ପରିବେଶ ଉପମୁଖ୍ୟ ସୌରଭ ସିଂ କନୱର, ସଡ଼କ ସୁରକ୍ଷା ମୁଖ୍ୟ ରଶ୍ମି ରଞ୍ଜନ ବେହେରା, ସୁରକ୍ଷା ମୁଖ୍ୟ ବିବେକ କୁମାର, ଉପମୁଖ୍ୟ ସୁରକ୍ଷା ଅଧିକାରୀ ସପମ ରିୟା, ବେଦାନ୍ତ ଅଗ୍ନିଶମ ବିଭାଗ ଭବାନୀ ଶଙ୍କର ନନ୍ଦ, ଲାଞ୍ଜିଗଡ଼ ଥାନା ଏସଆଇ ଡୋଲାମଣୀ ବିଶି, ଏଏସଆଇ ବଳଭଦ୍ର ଗୌଡ଼ ସମେତ ଆଇଆର ବି ସୁରକ୍ଷା ବଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.