ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଛି ଜିଲ୍ଲା ସ୍ତରୀୟ ଏନସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୬ଗୋଟି ଦଳ ଭାଗ ନେଇଛନ୍ତି। ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଯୁବ ଯାଦବ ମହାସଭା ସଭାପତି ତଥା ଯୁବ ନେତା ପ୍ରସୂନ୍ କୁମାର ଜାଲ (ରଞ୍ଜନ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏନସିସି ସଭାପତି ଦିପୁ ପାତ୍ର ସଭାର ଅଧ୍ୟକ୍ଷତା କରିଥିବାବେଳେ ଯୁବ ନେତୃତ୍ବ ସୁଭମ କୁମାର ପଣ୍ଡା ଓ ଦେବାଶିଷ ଦଣ୍ଡସେନା ମଞ୍ଚାସୀନ ଥିଲେ। ଦ୍ବିତୀୟ ଦିବସର ମ୍ୟାଚ ଆମ୍ବୋଦଳା ଓ ଧର୍ମଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସୁକତା ପରିଲକ୍ଷିତ ହୋଇଛି। ଆସନ୍ତା ଫେବୃଆରୀ ୮ରେ ଫାଇନାଲ ଖେଳ ସହ ଏହି ଟୁର୍ଣ୍ଣାମେଣ୍ଟ ସମାପନ ହେବ ବୋଲି ଆୟୋଜକ ନର୍ଲା କ୍ରିକେଟ କ୍ଲବ ପକ୍ଷରୁ ସୂଚନା ରହିଛି।





