ରୋହିତ କୁମାର ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ପିଏମଶ୍ରୀ ସରକାରୀ ବାପୁଜୀ ଉଚ୍ଚ ବିଦ୍ୟାଳୟ ର ଚତୁର୍ଥଶ୍ରେଣୀ କର୍ମଚାରୀ ରୋହିତ କୁମାର ସାହୁ ତାଙ୍କ ଚାକିରୀ ଜୀବନ ରୁ ଗତକାଲି ଅବସର ଗ୍ରହଣ କରିଛନ୍ତି l ଏଇ ଅବସରରେ ପ୍ରଧାନଶିକ୍ଷୟିତ୍ରୀ ଦୀପ୍ତି ମୟୀ ଦୋରା ଙ୍କ ଅଧ୍ୟକ୍ଷତାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା ଏଥିରେ ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ନାଏକ ଙ୍କ ସମେତ ପରିଚାଳନା କମିଟି ର ସଦସ୍ୟମାନେ ମଞ୍ଚାସିନ ଥିଲେ l ବିଦ୍ୟାଳୟ ର ଅଧ୍ୟୟନରତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକ ମାନେ ଶ୍ରୀ ସାହୁଙ୍କ ନିଷ୍ଠାପର ସେବା, ସମୟାନୁବର୍ତ୍ତିତା, ସେବାମନୋଭାବ କୁ ଉଚ୍ଚପ୍ରଶଂସା କରିଥିଲେ l ପରେ ଏକ ଶୋଭାଯାତ୍ରା ରେ ରିଷିଡା ସ୍ଥିତ ତାଙ୍କ ବାସଭବନ କୁ ପାଛୋଟି ନେଇଥିଲେ l ସେଠାରେ ତାଙ୍କ ସମ୍ପର୍କୀୟ, ଶୁଭେଛୁ ଉପଢୋକନ ଓ ପୁଷ୍ପଗୁଛ ଦେବାସହିତ ବନ୍ଦାପନା କରି ଘରକୁ ପାଛୋଟି ନେଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.