ବାଲେଶ୍ୱର ଜିଲ୍ଲା ସ୍କୁଲର ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପାଳିତ ହେଲା ଚତୁର୍ବିଂଶତମ ଉତ୍ସବ ‘ମିଳନ ୨୦୨୫’

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ନୂତନତ୍ୱ ତଥା ବିଦ୍ୟାଳୟରେ ଶିକ୍ଷା ଭିତ୍ତିକ ପରିବର୍ତ୍ତନରେ ଗୁଣାତ୍ମକ ବିକାଶ ଏବର ଶିକ୍ଷକ ଏବଂ ଛାତ୍ର ବ୍ୟତୀତ ପୁରାତନ ଛାତ୍ରମାନଙ୍କର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଅତିଥିମାନେ ମତ ପୋଷଣ କରିଥିଲେ।

୧୭୧ ତମ ବର୍ଷରେ ପଦାର୍ପଣ କରିଥିବା ବାଲେଶ୍ୱର ଜିଲ୍ଲାର ସର୍ବ ପୁରାତନ ବାଲେଶ୍ବର ଜିଲ୍ଲା ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ତାର ୨୪ ତମ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣ ମଧ୍ୟରେ ଆୟୋଜିତ ହୋଇ ଯାଇଛି।

ଉକ୍ତ ସଭାରେ ପରିଷଦର ସଭାପତି ଡାକ୍ତର ସୁରେନ୍ଦ୍ର ନାଥ ସାହୁଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ପୁରାତନ ଛାତ୍ର ତଥା ୱାଟକୋର ପରିଚାଳନା ନିର୍ଦ୍ଦେଶକ ଇଂ ଦେବବ୍ରତ ସଭା ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ପୁରାତନ ଛାତ୍ର ତଥା ଓଡ଼ିଶା ରାଜ୍ୟ ପୋଲିସ ମୁଖ୍ୟାଳୟର ବରିଷ୍ଠ ଆରକ୍ଷୀ ଅଧିକ୍ଷକ ତରୁଣ କୁମାର ଦାସ, ପୁରାତନ ଛାତ୍ର ତଥା ହରିପ୍ଲାଷ୍ଟର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଦାସ, ପରିଷଦର ମୁଖ୍ୟ ଉପଦେଷ୍ଟା ତଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଦିକନ୍ଦ ରାଉତ ଉପସ୍ଥିତ ଥିବା ବେଳେ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜେଶ କୁମାର ଗିରି, ସାଧାରଣ ସମ୍ପାଦକ ଶ୍ରୀ ଶ୍ୟାମସୁନ୍ଦର ମହାନ୍ତି, ଉପ ସଭାପତି ଶ୍ରୀ ଅରବିନ୍ଦ ପାଲ ପ୍ରମୁଖ ମଂଚାସୀନ ଥିଲେ। ଉପସଭାପତି ଇଂ ଅଭିଷେକ ମହାପାତ୍ର ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ଉପଦେଷ୍ଟା ଡାକ୍ତର ଶାନ୍ତନୁ ଦାସ ଅତିଥି ପରିଚୟ ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଦେବା ସହ ଏହି ମାଟି ନୂତନ ରାଷ୍ଟ୍ର ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଆମନ୍ତ୍ରିତ ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ବର୍ତ୍ତମାନ ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ଠାରୁ ଆରମ୍ଭ କରି ଅନେକ ରାଜନୀତିଜ୍ଞ, ସମାଜସେବୀ, ଡାକ୍ତର, ଅଭିନେତା, ବାଗ୍ମୀ ପୁରୁଷଙ୍କୁ ଏ ବିଦ୍ୟାଳୟ ଜନ୍ମ ଦେଇଛି ବୋଲି ସମ୍ପାଦକ ଶ୍ରୀ ଶ୍ୟାମସୁନ୍ଦର ମହାନ୍ତି ମତ ବ୍ୟକ୍ତ କରିଥିଲେ।

ଏହି ଅବସରରେ ବିଦ୍ୟାର୍ଥୀ ଗୌରବ ସମ୍ମାନରେ ଅଙ୍କିତା ଲେଙ୍କା, ଶୁଭମ ବିନ୍ଧାଣୀ, ସାଇ କ୍ରିଷ୍ଣା ରାଉତ, ପ୍ରିତମ ଦାସ, ପ୍ରିୟାଂଶୁ ନାୟକ, ଜ୍ୟୋତିଷ୍ମାନ ରାଉତ ପ୍ରମୁଖଙ୍କୁ ଶିକ୍ଷା କ୍ଷେତ୍ରରେ ଉକୃଷ୍ଟ ପ୍ରଦର୍ଶନୀ ପାଇଁ ସମ୍ମାନିତ କରାଯାଇଥିଲା। ଏହା ସହ ପୂର୍ବତନ ଶିକ୍ଷକ ନୃସିଂହ ଚରଣ ନାୟକଙ୍କୁ ଗୁରୁ ଗୌରବ ସମ୍ମାନରେ ସମ୍ବର୍ଦ୍ଧିିତ କରାଯିବା ସହ ବିଦ୍ୟାଳୟର ପୁରାତନ ଛାତ୍ର ତଥା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମିକାନ୍ତ ଜଟାନିଆଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା। ଏହି ଉତ୍ସବକୁ ସମସ୍ତ ପୁରାତନ ବିଦ୍ୟାର୍ଥୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.