ଟେମରା ଗ୍ରାମରେ ପୋଢ଼ ପୂଜା

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): ଆଦିବାସୀ ପ୍ରକୃତିର ପୂଜକ। ଧରଣୀ ଦେବୀଙ୍କୁ ସେମାନେ ମାଁ ଭାବେ ପୂଜା କରି ଆସୁଥିବା ବେଳେ ଧର୍ମ ଦେବତା ତଥା ସୂର୍ଯ୍ୟ ଦେବତାଙ୍କୁ ପିତା ଭାବେ କାହି କେଉଁ ଆବାହନ କାଳରୁ ଉପାସନା କରି ଆସୁଛନ୍ତି। ଧରଣୀ ଦେବୀ ସନ୍ତୁଷ୍ଟ ହେଲେ ସେମାନଙ୍କୁ ଭଲ ଫଳ ମିଳୁଥିବାର ବିଶ୍ଵାସ ରହିଛି। ତେଣୁ ଧରତୀ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂର୍ବରୁ ଟୋକି ବା କୁଆଁରି ଝିଅକୁ ବଳି ଦେଇ ଟୋକି ପର୍ବ ପାଳନ କରୁଥିଲେ। କିନ୍ତୁ କିଛି ଅଞ୍ଚଳ ଅନୁସାରେ ଏହି ଟୋକି ପର୍ବ ପାଳନ ପରମ୍ପରା ଭିନ୍ନ ଭିନ୍ନ ପ୍ରକାରେ ପାଳିତ ହୋଇ ଆସୁଛି। କେତେକ ଆଦିବାସୀ ବସତି ଅଞ୍ଚଳରେ ପୌଷ ମାସରେ ଟୋକି ପର୍ବ ପାଳନ ହୋଇ ଆସୁଥିବା ବେଳେ କେତେକ ଅଞ୍ଚଳରେ ପାଳନ କରାଯାଏ ନାହିଁ। କିନ୍ତୁ ଯେଉଁ ସବୁ ଆଦିବାସୀ ବସତି ଅଞ୍ଚଳରେ ରେ ପାଳନ କରାଯାଏ ନାହିଁ ସେଠାରେ ପୋଢ ପୂଜା କରାଯାଇ ଥାଏ। ରବିବାର ଦିନ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଟେମରା ଗ୍ରାମରେ ପୋଡପୂଜା ଉତ୍ସବ ପାଳନ କରାଯାଇଥିଲା। ଦୀର୍ଘ ଦିନର ଉଦ‌ଯୋଗ ପରେ ଆଜି ଗୁଡିରୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଗ୍ରାମବାସୀଙ୍କ ଗହଣରେ ପୋଡ ବଳି ସ୍ଥାନକୁ ଅଣାଯାଇ। ଧରତୀ ମା ଙ୍କୁ ରୀତିନୀତି ଭାବେ ପୂଜାର୍ଚ୍ଚନା କରି ପୋଢ଼ କୁ ବଳି ଦେଇଥିଲେ। ପୂଜାରୀ ଯକ୍ତା ମାଝୀ, ଗୌନ୍ତିଆ ହେମନ୍ତ ନାଏକ, ଗୁରୁମେ ବାମନି ମାଝୀ ଓ ଦିଶାରୀ ଅଗ୍ନି ମାଝୀ ଙ୍କ ତତ୍ତ୍ୱାବଧାନରେ ପର୍ବ ପାଳିତ ହୋଇଥିଲା। ଏଥିପାଇଁ ବର୍ଷ ତମାମ ଟେମରା ଗ୍ରାମରେ ଉତ୍ସବ ଲାଗି ରହିଥିଲା। ଦୀର୍ଘ ୩୨ ବର୍ଷ ପରେ ପୋଢ ପୂଜା ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ପର୍ବରେ ପୂଜା କମିଟିର ସଭାପତି ରଙ୍ଗାଧର ପାଢ଼ୀ, ସମ୍ପାଦକ ସତ୍ୟବାନ ରାଉତ ସମେତ ଗଜାନନ ବାଗ, ପୀତବାସ ଶବର, ରାକେଶ ନାଏକ, ବିରଞ୍ଚି ତାଣ୍ଡି, ଜୟଲାଲ ଶବର, ଟିକ୍ଚନ ବାଗ, ପ୍ରତାପ ମାଝୀ ପ୍ରମୁଖ ରହି ବିଶେଷ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.