ଡକ୍ଟର ରମେଶ ପରୁଆଙ୍କ ଦ୍ୱାରା ବିଶିପାଲି ୟୁପି ସ୍କୁଲ ଠାରେ ଶିକ୍ଷଣ ସାମଗ୍ରୀ ବଣ୍ଟନ 

ଓଡ଼ିଆ ବାର୍ତ୍ତା/ ବରଗଡ଼: ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଶିପାଲି ପରିସରରେ ଆୟୋଜକ ଡକ୍ଟର ରମେଶ କୁମାର ପରୁଆ (ତୋଷମତୀ ପରୁଆ ଶିକ୍ଷା ଟ୍ରଷ୍ଟ ର ସଂସ୍ଥାପକ)ଙ୍କ ଉଦ୍ୟମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉଦ୍ଦେଶ୍ୟରେ “ଶିକ୍ଷଣ ସାମଗ୍ରୀ ବଣ୍ଟନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଲୋକନାଥ ଭୋଇ (ଗୋଷ୍ଠୀ ଶିକ୍ଷା ଅଧିକାରୀ, ରାଜବୋଡାସମ୍ବର), ବିଶିଷ୍ଟ ଅତିଥି ଶ୍ରୀଯୁକ୍ତ ଜୟକୁମାର ସାହୁ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ତେଜରାଜ ସାହୁ, ସମ୍ମାନୀତ ଅତିଥି ରୂପେ ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ ଓ ଶ୍ରୀଯୁକ୍ତ ସହଦେଵ ପ୍ରଧାନ ଯୋଗ ଦେଇଥିଲେ |ମେଘାଳୟ ର ଶିଲଂ ରେ ଅବସ୍ଥିତ ଉତ୍ତର -ପୂର୍ବ ପାର୍ବତ୍ୟ ବିଶ୍ୱବିଦ୍ୟାଳୟ ର ସହଯୋଗୀ ପ୍ରାଧ୍ୟାପକ ତଥା ଟିପିଇଟି ର ଫାଉଣ୍ଡର ଶ୍ରୀଯୁକ୍ତ ପରୁଆ ସଭାର ପୃଷ୍ଠପୋଷାକ ଥିବା ବେଳେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିରଞ୍ଚି ବିଭାର ସଭାପତିତ୍ୱ କରିଥିଲେ |ଶିକ୍ଷା ସମାଜ ର ମେରୁଦଣ୍ଡ |ଶିକ୍ଷଣ-ଶିକ୍ଷାଦାନ ପ୍ରକ୍ରିୟା କୁ ସହଜ, ସରଳ ତଥା ଦୀର୍ଘସ୍ଥାୟୀ କରିବା ପାଇଁ ଏବଂ ନିଜ ଅଂଚଳର ଶିକ୍ଷାର୍ଥୀ ମାନଙ୍କର କିପରି ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ ସେଥିପ୍ରତି ଯତ୍ନଶୀଳ ହେବା ସହ ଶିକ୍ଷାର ମହତ୍ୱକୁ ବୁଝାଇବା ପାଇଁ ଟିପିଇଟି ର ସଂସ୍ଥାପକ ଶ୍ରୀଯୁକ୍ତ ପରୁଆଙ୍କ “ଶିକ୍ଷଣ ସାମଗ୍ରୀ ବଣ୍ଟନ” କାର୍ଯ୍ୟକ୍ରମକୁ ମଞ୍ଚାସୀନ ଅତିଥି ଭୂୟଶୀ ପ୍ରସଂଶା କରି ଏହି ଅତୁଳନୀୟ ଅବଦାନ ପାଇଁ ପ୍ରେରଣାର ଉତ୍ସ ହେବା ବିଦ୍ୟାଳୟ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ |ଡକ୍ଟର ପରୁଆ ୧୧୨ ଜଣ ଛାତ୍ରଛାତ୍ରୀ ଙ୍କୁ ନିଃସ୍ୱାର୍ଥପର ଭାବେ “ଶିକ୍ଷଣ ସାମଗ୍ରୀ ବଣ୍ଟନ କରି ଶିକ୍ଷାର୍ଥୀଙ୍କ କିପରି ସର୍ବାଙ୍ଗୀନ ବିକାଶ ହୋଇପାରିବ ସେଥିପ୍ରତି ସମସ୍ତ ଶିକ୍ଷାର୍ଥୀ, ଅଭିଭାବକ ଏବଂ ଶିକ୍ଷକ ମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ | ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ଶରତ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.