ଉଦନ୍ତୀ କପ୍ ୨୦୨୬ ସଂସ୍କରଣ ୭: ଉଦଘାଟନୀ ଦିବସରେ ଲର୍କା ଏବଂ ମାଖାପଦର ବିଜୟୀ

ଓଡ଼ିଆ ବାର୍ତ୍ତା/ ନୂଆପଡା (ଲକ୍ଷ୍ମୀକାନ୍ତ ହଂସ): ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ, ଚଟିଆଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଗୁନଭାଡି ଗ୍ରାମରେ ସ୍ଥିତ ଉଦନ୍ତୀ ଖେଳପଡିଆରେ ଉଦନ୍ତୀ କପ୍ ୨୦୨୬ (ସଂସ୍କରଣ ୭) ଶୁଭ ଶଙ୍ଖନାଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭ ଉଦଘାଟନ ହୋଇଯାଇଛି । ୧୬ ଗୋଟି କ୍ରିକେଟ ଦଳ କୁ ନେଇ ଅନୁଷ୍ଠିତ ହେଉଛି । ଦିନକୁ ଦୁଇଟି ମ୍ୟାଚ ଖୋଲାଯାଉଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଦ୍ଯ ତା:୦୧/୦୨/୨୦୨୬ରିଖ ଦିନଠାରୁ ଆରମ୍ଭ ହୋଇ ତା:୦୮/୦୨/୨୦୨୬ ଦିନ ଫାଇନାଲ ମ୍ଯାଚ ଖେଳାଯିବ। ଚମ୍ପିୟନ ଟିମ୍ ପାଇଁ ୨୦ ହଜାର ନଗଦ ଟଙ୍କା ସହିତ ଟ୍ରଫି ଏବଂ ରନର୍ସଅଫ ଦଳ ପାଇଁ ନଗଦ ୧୩ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ। ପ୍ରତିଦିନ ମ୍ଯାନ ଅଫ୍ ଦ ମ୍ୟାଚ ପାଇଁ ଟ୍ରଫି ପ୍ରଦାନ କରାଯାଉଛି । ୧୦ ଓଭର ବିଷିଷ୍ଟ ଉଦଘାଟନୀ ପ୍ରଥମ ମ୍ୟାଚ ମହୁଲପଡା ଏବଂ ଲର୍କା ମଧ୍ଯରେ ଖେଳ ହୋଇଥିଲା । ମହୁଲପଡା ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ୧୦ ଓଭର ରେ ୩ ଓ୍ବିକେଟ ହରାଇ ୯୫ ରନ୍ କରି ଲର୍କା ଦଳକୁ ୯୬ ରନ୍ ଲକ୍ଷ ଦେଇଥିଲା । ଲର୍କା ଦଳ ୭ ଓଭର ୧ ବଲ୍ ରେ ୩ ଓ୍ବିକେଟ ହରାଇ ଉକ୍ତ ମ୍ୟାଚକୁ ଜିତି ନେଇଥିଲା । ଏହି ମ୍ୟାଚରେ ଟମନେଶ୍ବର ମେହେର ଏବଂ ଧବଲେଶ୍ବର ମେହେର ଆମ୍ପାୟର ଭାବରେ କାର୍ଯ୍ଯ ତୁଲାଇ ଥିବାବେଳେ , ବିଜୟ ହଂସ ସ୍କୋରବୋର୍ଡ ଦାୟିତ୍ବ ତୁଲାଇ ଥିଲେ । ମ୍ଯାଚ ରେଫେରି ଭାବରେ ଶମ୍ଭୁନାଥ ମଶ୍ରା କାର୍ଯ୍ୟକରିଥିଲେ । ଭାଷ୍ଯକାର ଭାବରେ ଅରବିନ୍ଦ ହୋତା ଏବଂ ଯୁବରାଜ ବାଗ ଧାରାବିବରଣୀ ପ୍ରଦାନ କରିଥିଲେ । ଆଜିର ପ୍ରାରମ୍ଭିକ ମ୍ୟାଚରେ ଚଟିଆଗୁଡ ଗ୍ରାମ ପଞ୍ଚାୟତ ସରପଞ୍ଚ ରଙ୍ଗୀତା ପାତ୍ର ମୁଖ୍ଯଅତିଥି ଥିବାବେଳେ , ସମ୍ମାନିତ ଅତିଥି ଭାବରେ ଝାଙ୍କର ଡୁବଲେ ମାଝୀ, ସମାଜସେବୀ ସଞ୍ଜିବ କୁମାର ପାତ୍ର, ସମାଜ ସେବୀ ଲକ୍ଷ୍ମିକାନ୍ତ ହଂସ ଓ ସାମ୍ବାଦିକ ଅରବିନ୍ଦ ହୋତା ଯୋଗଦାନ କରିଥିଲେ। ଦ୍ବିତୀୟ ମ୍ଯାଚ କିରିକିଟା ଏବଂ ମାଖାପଦର ମଧ୍ଯରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ଯାଚରେ ମଖାପଦର ଐତିହାସିକ ବିଜୟଲାଭ କରିଥିଲା। ଉକ୍ତ ମ୍ଯାଚର ଅମ୍ପାୟାର ଭାବରେ ଆଲୋକ ମାଝୀ ଏବଂ ବବଲୁ ମାଝୀ ରହିଥିବା ବେଳେ, ସ୍କୋରବୋର୍ଡ ଦାୟିତ୍ବରେ ସ୍ଵସ୍ତିକ ହୋତା କାର୍ଯ୍ୟତୁଲାଇ ଥିଲେ । ମ୍ଯାଚ ରେଫେରି ଭାବରେ ଟମନେଶ୍ବର ମେହେର ରହିଥିଲେ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟିର ସଭାପତି ବିଜୟ କୁମାର ହଂସ ଓ ଟମନେଶ୍ବର ମେହେର, ସମ୍ପାଦକ ଆଲୋକ ରଞ୍ଜନ ମାଝୀ ଓ ଶମ୍ଭୁନାଥ ମଶ୍ରା, କୋଷାଧ୍ୟକ୍ଷ ଧବଳେଶ୍ଵର ମେହେର ରହିଥିବା ବେଳେ, ସାଗୁନଭାଡି ଉଦନ୍ତୀ କପ୍ ସମସ୍ତ ସଦସ୍ୟ ମାନେ ପୁର୍ଣ୍ଣ ସହଯୋଗକରି ଟୁର୍ଣ୍ଣାମେଣ୍ଟକୁ ଆଗେଇ ନେଉଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.