ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଧାକୃଷ୍ଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶାନ୍ତପୁରଠାରେ ବିଜ୍ଞାନ ପ୍ରାଚୀର ପତ୍ରିକା “ବିଜ୍ଞାନ ସାଗର” ଉନ୍ମୋଚିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ମନୋବୃତ୍ତି ଓ ସଚେତନତା ବୃଦ୍ଧି ନିମନ୍ତେ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ୱେତାଲିନ ପ୍ରଧାନଙ୍କ ନେତୃତ୍ୱରେ ଏହି ଅଭିବନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପ୍ରାଚୀର ପତ୍ରିକାରେ ଛାତ୍ରଛାତ୍ରୀଙ୍କୁ ନୂତନ ବୈଜ୍ଞାନିକ ପ୍ରଗତି, ସୂଚନା ଓ ଜ୍ଞାନ ପ୍ରଦାନ କରାଯିବା ସହ ତାଙ୍କ ବୈଜ୍ଞାନିକ ସୃଜନଶୀଳତାକୁ ମଧ୍ୟ ସ୍ଥାନିତ କରାଯିବ। ଏହି ପତ୍ରିକାଟି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିବା ବେଳେ ପ୍ରଧାନଶିକ୍ଷକ ବିଶିକେଶନ ସୁନା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉତ୍ସାହ ବୃଦ୍ଧି କରିଥିଲେ।





