ମାଁ ଠାକୁରାଣୀ ନକ୍ ଆଉଟ୍ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ମାଁ ଠାକୁରାଣୀ ନକ୍ ଆଉଟ୍ କ୍ରିକେଟ କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ପୋଟେସ ଖେଲ ପଡିଆରେ ଚାଲିଥିବା କ୍ରିକେଟ ଟୁର୍ଣାମେଣ୍ଟର ଫାଇନାଲ ଖେଳ ସୋମବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ପୋଟେଶ କୁ ହରାଇ ଲାଡୁଗାଁ ଚମ୍ପିୟାନ ହୋଇଛି। ପ୍ରଥମେ ଲାଡ଼ୁଗାଁ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର୍ ରେ ୧୪୭ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ପ୍ରତିପକ୍ଷ ଦଳ ନିର୍ଦ୍ଧାରିତ ଓଭରରେ ୧୦୬ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଚଳିତ ବର୍ଷର ଟୁର୍ଣାମେଣ୍ଟରେ ଲଡୁଗାଁ ଦଳ ବିଜେତା ଘୋଷଣ ହୋଇଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଣୁ ଦୀପ ଯୋଗଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଘନଶ୍ୟାମ ନାଏକ, ସମାଜସେବୀ ସୁଶୀଲ ଜୈନ, ସମାଜସେବୀ ମନୋଜ ଶର୍ମା ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଜେତା ଲଡୁଗାଁ ଦଳକୁ ଟ୍ରଫି ସହ ୩୦ ହଜାର ଓ ଉପ ବିଜେତା ପୋଟେସ ଦଳ କୁ ଟ୍ରଫି ସହ ୨୦ ହଜାର ଟଙ୍କା ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଫାଇନାଲ ଖେଲର ଆମ୍ପୀୟର ଭାବେ ତୋଫାନ ମାଝୀ ଓ ଜୟ ପ୍ରକାଶ ବଚ୍ଛା ପରିଚାଳନା କରିଥିଲେ। ସ୍କୋର ବୋର୍ଡ ସାମନ୍ତ ବାଗ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ଖେଲର ଧାରା ବିବରଣୀ ତୁଲାରାମ ପାନ ପ୍ରଦାନ କରିଥିଲେ। ଏହି ଟୁର୍ଣାମେଣ୍ଟ ଆୟୋଜନରେ ଚନ୍ଦ୍ର ଶେଖର ମାଝୀ, ତୁଳାରାମ ପାନ, ଶୋଭା ସୁନାନୀ, ବିଷ୍ଣୁ ନାରାୟନ ବାଗ, ତୋଫାନ ମାଝୀ, ରାଜ କୁମାର ମାଝୀ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଅନୁଷ୍ଠାନ ର ସମସ୍ତ ସଭ୍ୟ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.