ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ଗାଁ ପଡ଼ିଆରେ ଜୟ ଲାନ୍ଥବୁଢ଼ା କ୍ରିକେଟ କ୍ଳବ ଆନୁକୂଲ୍ୟରେ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ଭୁଏରପଡ଼ା ଦଳ ୮ ଓଭରରେ ସମସ୍ତ ଉଇକେଟ ହରାଇ ୮୨ ରନ କରିଥିବା ବେଳେ ଜବାବରେ ବାଙ୍କେଲ ଦଳ ୯ ଓଭରରେ ୫ ଉଇକେଟ ହରାଇ ୮୫ ରନ କରି ଚମ୍ପିୟାନ ହୋଇଥିଲେ | ଶ୍ରୀମନ୍ତ ନାଏକ, ଜିତେନ୍ଦ୍ର ମୁଦୁଲି ଖେଳ ପରିଚାଳନା କରିଥିଲେ | ହେମନ୍ତ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ | କ୍ଳବ ସଭାପତି ଗୋପାଳ ଭୁଏଙ୍କ ଅଧ୍ୟକ୍ଷତା ତଥା ସମ୍ପାଦକ ସୁଶାନ୍ତ ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ସାଂସଦ ପ୍ରତିନିଧି ଅକ୍ଷୟ ରଣା ମୁଖ୍ୟ ଅତିଥି, ଆଇନଜୀବୀ ଦିଲ୍ଲୀପ ରାଜପଲିଆ, ରଜନୀକାନ୍ତ ଦାସ, ସାନ ରାଜପଲିଆ, ସାମାଜିକ କର୍ମୀ ବଳଦେବ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ | ବାଳକୃଷ୍ଣ ଭୋଇ ଅତିଥି ପରିଚୟ ଓ ଧର୍ମେନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ | ଘୁନୁ ମହାକୁର, ସୀତାରାମ ସେଠ, ଉମାକାନ୍ତ ଦନ୍ତା, ସିଦ୍ଧାର୍ଥ ବେହେରା, ସତ୍ୟ ମାଝୀ, ଜଗନ୍ନାଥ ମୁଦୁଲି, ଗୌର ମୁଦୁଲି, ଘନଶ୍ୟାମ ବିଶି, ଉମେଶ ଭୁଏ, ସୁଶାନ୍ତ ବିଶି, ପ୍ରଦୀପ ମହାକୁର, ମିତ୍ରଭାନୁ ନାଗ, ରଶ୍ମି କଏଣ୍ଡା ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ |





