ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପାଇକ କେନ୍ଦୁମୁଣ୍ଡି ର ଶିକ୍ଷୟିତ୍ରୀ ପ୍ରତିଭା ବାରିକ କର୍ତ୍ତବ୍ୟ ପରାୟଣା ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରିଆସୁଥିଲେ। ତାଙ୍କର ଗତ ତା ୨୩/୦୧/୨୦୨୬ ରିଖ ପବିତ୍ର ସରସ୍ୱତୀ ପୂଜା ର ଅପରାହ୍ନ ଘ ୧:୫୪ ମି ସମୟରେ ହାଇଦ୍ରାବାଦ ସ୍ଥିତ ସିନ୍ଦୁ ହସ୍ପିଟାଲ ରେ ପରଲୋକ ସୋଇଯାଇଥିବା ବେଳେ ପୁରୀ ର ସ୍ବର୍ଗ ଦ୍ବାର ରେ ତା ୨୫/୦୧/୨୦୨୬ ରିଖ ଦିନ ଅନ୍ତିମ ସଂସ୍କାର କରାଯାଇଥିଲା ତାଙ୍କ ର ନିଜ ଗ୍ରାମ ନାଶ୍ଚିନ୍ତ କୋଇଲି କଟକ ଠାରେ ଶୁଦ୍ଧି କ୍ରିୟା କର୍ମ କରାଇଯାଇଥିବା ବେଳେ ସ୍ବର୍ଗତ ଶିକ୍ଷୟିତ୍ରୀ ଗତ ତା ୧୫/୧୧/୨୦୧୨ ରିଖ ଠାରୁ ଅଦ୍ୟାବଧି ବିଦ୍ୟାଳୟ ରେ କର୍ମରତ ରହି ତା ୨୨/୦୧/୨୦୨୬ ରିଖ ଦିନ ଛୁଟି ର କାର୍ଯ୍ୟ ଦିବସ ଶେଷ କରି ନିଜ ପରିବାର ରହୁଥିବା ହାଇଦ୍ରାବାଦ ଯାଇଥିବା ବେଳେ ସେଠାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସିନ୍ଦୁ ହସ୍ପିଟାଲ ଚିକିତ୍ସା କରାଯାଇଥିଲା। ତାଙ୍କ ର ଅବର୍ତ୍ତମାନରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଅଭିଭାବକ ତଥା ଶିକ୍ଷକ ସମାଜ ରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କ ର ଅନ୍ତିମ ସଂସ୍କାର ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ ୧୦୦୦୦/- ସହଯୋଗ ରାଶି ଦେବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହାୟତା ରେ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ଦ୍ୱାରା ୩୮୬୦/- ଟଙ୍କା ପ୍ରଦାନ କରାଯାଇଥିଲା। ଆଜି ତାଙ୍କ ଅବର୍ତ୍ତମାନରେ ଅମର ଆତ୍ମାର ସଦଗତି ନିମନ୍ତେ ବିଦ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା। ଏହି ସଭା ରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପଣ୍ଡା, ବିଦ୍ୟାଳୟ ର ସଭାପତି ପ୍ରମୋଦ ଠାକୁର, ସଞ୍ଜୟ ପଣ୍ଡା, ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ର ସମ୍ପାଦକ ଲଲିତ କୁମାର ନାଏକ, ସାଧନା କେନ୍ଦ୍ର ସଂଯୋଜକ ଦୁର୍ଯୋଧନ ବାଣୁଆ, ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ପ୍ରମୁଖ ଉପସ୍ଥିତ ରହି ତାଙ୍କ ର ସ୍ମୁତି ଚାରଣ କରିଥିବାବେଳେ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର କର ସଭାର ଆୟୋଜନ କରି ଶ୍ରଦ୍ଧାଞ୍ଜଳି ଦେବା ସହ ଆଗାମୀ ଦିନରେ ବିଦ୍ୟାଳୟ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଜଣେ ଶିକ୍ଷକ ଦେବା ଉଚ୍ଚ ଅଧିକାରୀ ଅନୁରୋଧ କରିଥିଲେ।





