ଗୁରୁଦେବ ଶ୍ରୀରାମଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିଶାଖାଲ ଠାରେ +୩ ବିଜ୍ଞାନ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକଙ୍କ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ କର୍ଲାମୁଣ୍ଡା (ରମେଶ ଚନ୍ଦ୍ର ପୁଟେଲ)): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତର ଶିଶାଖାଲ ଗ୍ରାମରେ ରହିଥିବା +୨ ଠାରେ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟ +୩ ବିଜ୍ଞାନ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ବଲପୁର ମୁରଲୀଧର ମାଝୀ ଓ ତାଙ୍କ ଷ୍ଟେନୋ ସଞ୍ଜୀବ ସେଠ ପରିଦର୍ଶନ କରିଛନ୍ତି। ଡିଗ୍ରୀ କଲେଜ ଖୋଲିବାର ଅନୁମତି ସମ୍ବନ୍ଧୀୟ ଯେଉଁ ସବୁ ତଥ୍ୟବଳି ଓ ଭିତ୍ତିଭୂମି ଆବଶ୍ୟକ ସେସବୁକୁ ତଦନ୍ତ କରି ପରୀକ୍ଷା ନିରୀକ୍ଷା କରିଥିଲେ। ଶିକ୍ଷାଦାନର ଏକ ଅନୁକୂଳ ପରିବେଶ ଓ ବାତାବରଣ ସ୍ଥାନ ଭିତରେ ବିଦ୍ୟାଳୟଟି ହେବା କଥା ବୋଲି କହିଥିଲେ। ଶେଷରେ ନିର୍ଦ୍ଦେଶକ +୩ ମହାବିଦ୍ୟାଳୟ ଆରମ୍ଭ ପାଇଁ ଅନୁମତି ଦେବାକୁ ଶୁଭ ସୂଚନା ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.