ମ.ରାମପୁର ବନାଞ୍ଚଳ ତରଫରୁ ନିଆରା ପଦକ୍ଷେପ; ସଫେଇ ହେଲା ବଣଭୋଜି ସ୍ଥଳ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଉତ୍ତର ବନଖଣ୍ଡ ର ମ. ରାମପୁର ବନାଞ୍ଚଳ ତରଫରୁ ସହକାରୀ ବନ ସଂରକ୍ଷକ ଅସିତ କୁମାର ଦାଶଙ୍କ ତତ୍ୱାବଧାନ ରେ ସୁଲେସୁରୁ ବନ ସୁରକ୍ଷା ସମିତି ଅନ୍ତର୍ଗତ ମୁଖିପଟା ଜଳ ପ୍ରପାତ ବଣଭୋଜି ସ୍ଥଳ ରେ ଏକକ ବ୍ୟବହାର ପ୍ଲାଷ୍ଟିକ ଯଥା – ଜରି, ପାଣି ବୋତଲ, ପାଉଚ, କାଚ ବୋତଲ ଭଳି ଜଙ୍ଗଲ, ପରିବେଶ, ବନ୍ୟଜନ୍ତୁ ଓ ଗୃହପାଳିତ ପଶୁକୁ କ୍ଷତି କରୁଥିବା ଆବର୍ଜନାର ସଫେଇ ଓ ସଚେତନ କାର୍ଯ୍ୟକ୍ରମ ଓ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନପାଳ ବିଶ୍ୱଜିତ ଠାକୁର, ଦୀପକ ସା, ରତ୍ନାକର ଧାରୁଆ, ସମ୍ପଦ କୁମାର, ସୁଭେନ୍ଦୁ ବିଶି ସମେତ ସମସ୍ତ ବନରକ୍ଷୀ, ପାରା କର୍ମଚାରୀ, ସହଯୋଗି ଅନୁଷ୍ଠାନ ଗ୍ରାମ୍ୟ ବିକାଶ ସଂଗଠନର କର୍ମଚାରି ଏବଂ ସୁଲେସୁରୁ ବନ ସୁରକ୍ଷା ସମିତି ସଦସ୍ୟ, ମହିଳା ଗୋଷ୍ଟି ସାମିଲ ହୋଇ ପ୍ଲାଷ୍ଟିକ ଆବର୍ଜନା ସଫେଇ ଓ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦଳପତି ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ । ବନ ବିଭାଗର ଏଭଳି ଏକ ନିଆରା ସଫେଇ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.