ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ପୋଖରିବନ୍ଧରେ ଆୟୋଜିତ ହେଲା କର୍ମଶାଳା

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ କିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ଏ-୧, ଏ ଗ୍ରେଡ଼ ପାଇବେ ସେଥି ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଚେଷ୍ଟା କରିବା ସହ ଗୁଣାତ୍ମକ ଶିକ୍ଷା ପାଇବା ସହ ଛାତ୍ର ଛାତ୍ରୀ ମାନଙ୍କ ର ଉତ୍ତମ ସ୍ବାସ୍ଥ୍ୟ ସହ ଉତ୍ତମ ପୃଷ୍ଟି ପୋଷଣ ପାଇବେ ଏବଂ ବିଦ୍ୟାଳୟ କୁ ଆସିଥିବା ସମସ୍ତ ସରକାରୀ ଅନୁଦାନ ସଠିକ୍ ଭାବରେ ବିନିଯୋଗ ହେବ ସେଥି ପାଇଁ ଆଜି ସରକାରୀ ପୋଖରୀ ବନ୍ଧ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ କର୍ମଶାଳା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଢଳ ଦେବ ମୁଣ୍ଡ ଉପସ୍ଥିତ ରହି ଚଳିତ ଶିକ୍ଷା ବର୍ଷରେ ଯେପରି ଲାଞ୍ଜିଗଡ଼ ବ୍ଲକର ଅଧିକ ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ପଞ୍ଚଶାଖା ଶିକ୍ଷା ସେତୁ ରେ ଶିକ୍ଷକ ଶିକ୍ଷୟିତ୍ରୀ ଆବେଦେନ କରିବା ସହ ବିଦ୍ୟାଳୟ ଆଓ୍ବାର୍ଡ , ପଞ୍ଚାୟତ ଆଓ୍ବାର୍ଡ, ବ୍ଲକ ଆଓ୍ବାର୍ଡରେ ଆବେଦେନ କରିବା ପାଇଁ କହିଥିଲେ। ଶ୍ରୀଯୁକ୍ତ ଭାରତ ଭୁଷଣ ସାହୁ ଉପସ୍ଥିତ ରହି ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନେ କିପରି ଉତ୍ତମ ପୋଷଣ ପାଇବେ ତାହା ଉପରେ ଗୁରୁତ୍ବ ଦେଇଥିଲେ। ଏହି ବୈଠକରେ ୧୩ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ୨୫ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିଜର ନିଜର ମତ ରଖିଥିଲେ। ଲାଞ୍ଜିଗଡ଼ ଗୋଷ୍ଠି ଶିକ୍ଷା ଅଧିକାରୀ ଏହି ପରିପ୍ରେକ୍ଷୀରେ ରେ ସରକାରୀ ଚାକିରିଆଙ୍କ ସାର୍ଭିସ ରୁଲ୍, ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ କିପରି ଛୁଟି ନେବେ ସେହି ରୁଲ୍ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।। ଯେପରି CL, EL, HALF CL, ପ୍ରତ୍ୟେକ ସାର୍ଭିସ ରୁଲ୍ ବିଷୟରେ ଆଲୋଚନା କରିଥିଲେ। ଯେଉଁ ଛାତ୍ର ଛାତ୍ରୀ ଏଥର ଏ ଗ୍ରେଡ଼ ପାଇବେ ସେମାନଙ୍କୁ ବ୍ଲକ ସ୍ତରରେ ସମ୍ବର୍ଧନା ଦେବା ସହ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଧନା ଦେବେ ବୋଲି ଗୋଷ୍ଠି ଶିକ୍ଷା ଅଧିକାରୀ ମତ ରଖିଥିଲେ। ଏହି ବୈଠକ ଆଗାମୀ ଦିନରେ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ବୈଠକ ହେବ ବୋଲି ଗୋଷ୍ଠି ଶିକ୍ଷା ଅଧିକାରୀ ରୁଷିଆ ମେହେର ମତ ରଖିଥିଲେ।।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.