‘ସ୍ରଷ୍ଟା’ ନାଟ୍ୟାନୁଷ୍ଠାନର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

• ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ସାଉଁଟା କଇଁ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କଇଁ ଫୁଲର ପୋଖରୀରେ ନୈସର୍ଗିକ ସୌନ୍ଦର୍ଯ୍ୟ କାହାକୁ ବିମୋହିତ ନ କରେ? କିନ୍ତୁ ସେଇ କଇଁ ପୋଖରୀ କଣ ଜାଣିଥାଏ ତାହାରି ଗର୍ଭରେ ଦିନେ ପୂର୍ଣ୍ଣ ପ୍ରସ୍ଫୁଟିତ ହେବା ପୂର୍ବରୁ ଅସଂଖ୍ୟ କଇଁ କଢ଼ଙ୍କର ଜୀବନ ନିର୍ବାପିତ ହେବ? ହେଲେ ଗୋଟିଏ ବି ହେଲେ କଇଁଫୁଲ ଫୁଟୁ ଓ ବଞ୍ଚି ରହୁ।କେହିଜଣେ ଭଲ ମଣିଷଟିଏ ଏହି ଦଳ ପଙ୍କ ଭିତରୁ କଇଁ ଫୁଲଟିକୁ ସାଉଁଟି ନେବ। ସେଇ ସାଉଁଟା କଇଁ କିଏ? ସାଉଁଟି ନେଲା ପରେ ସେଇ କଇଁଟି ମଉଳି ଗଲା ନା ଜିଇଁ କି ରହିଲା? ସେଇଟା ଗୋଟେ କଇଁଫୁଲ ନା କଇଁ ପରି ଦିଶୁଥିବା ସୁନ୍ଦର ଝିଅଟିଏ।

Omkar Vasthu
Omkar Vasthu

କଇଁ ଫୁଲ କାହା ପାଇଁ ଅଲୋଡା ହୋଇପାରେ, କିନ୍ତୁ କଇଁଫୁଲଟିର ବଂଚିବାର ଅଧିକାର ରହିଛି। ନାରୀ ନିଜକୁ ରତ୍ନ ବୋଲି ଯଥାର୍ଥରେ ଯେତେ ପ୍ରତିପାଦିତ କଲେ ବି ସମାଜ ତାକୁ କାଣି କଉଡ଼ିରେ ଗଣିବାକୁ ତଥାପି ଅପ୍ରସ୍ତୁତ। କିନ୍ତୁ କାହିଁକି? ଆମର ଏ ରୁଗ୍ଣ ମାନସିକତା ପାଇଁ ବ୍ୟକ୍ତି ବିଶେଷ ଦାୟୀ ନା ଆମର ପୁରୁଷ କୈନ୍ଦ୍ରିକ ସମାଜ? ସମାଜରେ ଏପରି ଏକ ସମକାଳୀନ ଉଦବେଗ ଜନିତ ପ୍ରସଙ୍ଗକୁ ନେଇ ରଚିତ ନାଟକ ‘ସାଉଁଟା କଇଁ’ ଗତକାଲି ମଞ୍ଚସ୍ଥ ହୋଇ ଯାଇଛି।

Pearl dental clinic
Near Ashish Medical Store, Bhawanipatna

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ନାଟ୍ୟାନୁଷ୍ଠାନ ‘ସ୍ରଷ୍ଟା’ର ୪୮ତମ ବାର୍ଷିକ ଉତ୍ସବ ଓ ଚତୁର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଆଚାର୍ଯ୍ୟ ସ୍ମୃତି ସନ୍ଧ୍ୟା ଭାବେ ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।

Udyog Nursery
Udyogi Nursery

ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ନାଟ୍ୟକାର ମେଜର ଡକ୍ଟର ପ୍ରଦୀପ ଭୌମିକ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୁବନେତା ତଥା ସମାଜସେବୀ ଶ୍ରୀ ବିକ୍ରମ ପଣ୍ଡା ଯୋଗ ଦେଇ ନାଟକର ବିଭିନ୍ନ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ‘ସ୍ରଷ୍ଟା’ର ସମ୍ପାଦକ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଏଥିରେ ସଭାପତିତ୍ବ କରିଥିବା ବେଳେ ସଭାପତି ଆଲୋକ କୁମାର ସାହୁ ପ୍ରାକ୍ କଥନ ରଖିଥିଲେ। ଉପସଭାପତି ପ୍ରସନ୍ନ କୁମାର ଦାସ ମଞ୍ଚ ଆହ୍ୱାନ କରିଥିଲେ।।

ଶେଷରେ ନାଟ୍ୟକାର ପୀତାମ୍ବର ଦାସ ଶେଷ କଥା ରଖିବା ପରେ ପଞ୍ଚାନନ ଦାସଙ୍କ ଲିଖିତ ତଥା ସତ୍ୟବ୍ରତ ଦାସଙ୍କ ନିର୍ଦ୍ଦେଶିତ ନାଟକ ‘ସାଉଁଟା କଇଁ’ ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ନାଟ୍ୟସଂସ୍ଥା ଦ୍ୱାରା ମଞ୍ଚସ୍ଥ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.