ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ଆଉ ୪ ଗିରଫ : ଦୁଇଟି ୪୦୭ ଗାଡ଼ି ସହ ବିଭିନ୍ନ ମରଣାସ୍ତ୍ର ଜବତ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ପ୍ରଥମେ ବେଲଘର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯିବା ପରେ ତାଙ୍କ ଡ଼୍ରାଇଭର ହୃଷିକେଶ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ଓ ପରେ ତଦନ୍ତରେ ଅବହେଳା ଯୋଗୁଁ ଏସିଏଫ୍ ସୂର୍ଯ୍ୟକାନ୍ତ ବେହେରାଙ୍କୁ ନିଲମ୍ବନ କରିବା ସହ ଘଟଣାରେ ସଂପୃକ୍ତ ଜେସିବି ଡ୍ରାଇଭର ପ୍ରଶାନ୍ତ ସାହୁ ଓ ଝିରିପାଣି ଗ୍ରାମର ଜଣେ ଶିକାରୀ ଜୟମଙ୍ଗଳ ପାତ୍ରକୁ ଗିରଫ କରିଥିଲା ବନ ବିଭାଗ । ଘଟଣାରେ ପୂର୍ବ ରୁ ଜଣେ ଶିକାରୀ ସମେତ ୩ ଜଣ ଗିରଫ ହୋଇଥିବା ବେଳେ ମଙ୍ଗଳବାର ବନ ବିଭାଗ ପୁଣି ଝିରିପାଣି ଅଞ୍ଚଳରୁ ଦୁଇ ଶିକାରୀ ଏବଂ କେସିଙ୍ଗା ଅଞ୍ଚଳ ରୁ ଦୁଇ ଜଣ ଶିକାରୀ ସିକସନ ପାତ୍ର, ଥବିର ପାତ୍ର, ଅଲେଖ ନିଆଲ୍ ଓ ଦୁଷ୍ମନ୍ତ ପୋଢ଼ୋ ଙ୍କୁ ଘରୁ ଉଠାଇ ଆଣି ଗିରଫ କରିଛି, ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ, ବର୍ଚ୍ଚା, ଧନୁ, ତୀର, ତାର ସମେତ ଜଙ୍ଗଲି ଜନ୍ତୁ ହରିଣ ଛାଲ, ସମ୍ବର ସିଙ୍ଗ ଦାନ୍ତ, ନଖ, ଚମଡ଼ା ଜବତ କରିବା ସହ ହାତୀର ଶବ ବେଲଘରରୁ କେସିଙ୍ଗା ନିକଟସ୍ଥ ତହଁସିର ଡ୍ୟାମ୍ ରେ ହାତୀର ଖଣ୍ଡ ବିଖଣ୍ଡିତ ଶବ ପୋତିବା ରେ ସହଯୋଗ କରିଥିବା ଘଟଣାରେ ଦୁଇଟି ୪୦୭ ଗାଡ଼ି କୁ ମଧ୍ୟ ଜବତ କରାଯାଇଛି । ଏ ନେଇ ବନ ବିଭାଗ କେଶ ନଂ. ୭୨/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ଏହି ଘଟଣା ରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବନ ବିଭାଗ ପକ୍ଷରୁ କୁହାଯାଇଛି l ସୂଚନା ଯୋଗ୍ୟ ଯେ, ବେଲଘର ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.