କଳସ ଯାତ୍ରାରୁ ଆରମ୍ଭ ହେଲା କୁମାରଗୁଡ଼ା ବୁଢ଼ାରଜା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଲାଖବାହାଲି ପଞ୍ଚାୟତ ସ୍ଥିତ କୁମାରଗୁଡ଼ା ଠାରେ ବୁଢ଼ାରଜାଙ୍କ ମହୋତ୍ସବ ପାଇଁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଫେବୃଆରୀ ୪ ତାରିଖ ଠାରୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ୭ ଦିନଧରି ଅନୁଷିତ ହେବାକୁ ଥିବା ବେଳେ ପ୍ରଥମ ଦିନରେ ବୁଢ଼ାରଜାଙ୍କ ଭବ୍ୟ କଳସ ଶୋଭାଯାତ୍ରାରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଓ ଆବାଳବୃଦ୍ଧବନିତା ଭବ୍ୟ କଳସ ଯାତ୍ରାରେ ସାମିଲ ହୋଇଥିଲେ। ବୁଢାରଜା ପୂଜା କମିଟି ସଭାପତି ରାମଚନ୍ଦ୍ର ମାଝୀଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବ ୭ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ ଅରକେଷ୍ଟ୍ରା, ମେଲୋଡି, ରେକର୍ଡ ଡ୍ୟାନ୍ସ,ଗୀତିନାଟ୍ୟ ସମେତ ଓଡିଶାର ବଛା ବଛା କଳାକାର ଏହି ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ମନୋରଞ୍ଜନ କରିବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି। ଏଥିରେ ପୂଜକ ରତ୍ନ ମାଝୀ ପୂଜାର୍ଚନା କାର୍ଯ୍ୟ ନିର୍ବାହ କରୁଥିବା ବେଳେ ପୂଜା କମିଟିର ଉପ ସଭାପତି ହରିଶ ସାହୁ, ସମ୍ପାଦକ ଈଶ୍ୱର ବାଗ, ସହ ସମ୍ପାଦକ ସୁମନ୍ତ ନାଏକ, ମ୍ୟାନେଜର ରାଜେଶ ନାଏକ, କୋଷାଧକ୍ଷ ବିସ୍ମ ମାଝୀ, ଡିଜାଇନର ଧନିଆଁ ନାଏକ, ରମେଶ ନାଏକଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.