ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ପ୍ରଗତି ପୁରୁଷ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୯୨ତମ ଶ୍ରାଦ୍ଧ ଦିବସ ୟୁ.ଜି.ଏମ୍.ଆଇ.ଟି. ମହାବିଦ୍ୟାଳୟରେ ପାଳିତ ହୋଇଛି l ଏହି ଶୁଭ ଅବସରରେ ରାୟଗଡ଼ା ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତିରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ଖଟୁଆ,ଅନୁଷ୍ଠାନର ଅବସରପ୍ରାପ୍ତ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ୍.ଏସ୍.ରାଓ,ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡ଼ା ର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ପୁରାତନ ଛାତ୍ର ଶ୍ରୀ ସବ୍ୟସାଚୀ ସାହୁ,ବିଭାଗୀୟ ମୁଖ୍ୟ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ପ୍ରତିଭା ପାତ୍ର,ଶ୍ରୀ ବିଧୁ ଭୂଷଣ ଶବର,ଶ୍ରୀ ଶ୍ରୀକାନ୍ତ ଠାକୁର, ଶ୍ରୀ କେ.ସୁମନ ରାଓ,ଶ୍ରୀମତୀ ରିତାଞ୍ଜଳୀ ପଣ୍ଡା,ଶ୍ରୀ ଦୀପକ କୁମାର ନାୟକ ଏବଂ ଅତିଥି ଅଧ୍ୟାପକ ଅଧ୍ୟାପିକାବୃନ୍ଦ ସମସ୍ତ କର୍ମଚାରୀ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ସ୍ବର୍ଗତ ମଧୁସୂଦନ ଦାସଙ୍କର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ଼ ବଳିଦାନର କାହାଣୀ ସମ୍ବଦ୍ଧରେ ସ୍ମୃତି ଚାରଣ କରିଥିଲେ।ସମସ୍ତ ବକ୍ତା ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ମଧୁବାବୁଙ୍କ ଅନୁପମ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଶର ଉନ୍ନତି ନିମନ୍ତେ ପ୍ରାଣ ଉତ୍ସର୍ଗ କରିବା ନିମନ୍ତେ ଉଦବୋଧନ ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ମଧୁସୂଦନ ଦାସଙ୍କର ଜୀବନୀ,ଦେଶପ୍ରେମ ଓ ଓଡ଼ିଆ ଅସ୍ମିତା ପ୍ରତି ତାଙ୍କ ଅଦମ୍ୟ ସଂଘର୍ଷ ସମ୍ପର୍କରେ ବିଶଦ ଭାବେ ଅବଗତ ହୋଇଥିଲେ। କାର୍ଯ୍ୟକ୍ରମଟି ଯୁବପିଢ଼ି ମଧ୍ୟରେ ରାଷ୍ଟ୍ରଭକ୍ତି,ଭାଷାପ୍ରୀତି ଓ ସାମାଜିକ ଦାୟିତ୍ୱ ବୋଧତାକୁ ଆହୁରି ସୁଦୃଢ଼ କରିଥିଲା।ଅତିଥିଗଣ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ ଉତ୍କଳ ଗୌରବ ମଧୁସୂଦନ ଦାସ କେବଳ ଏକ ବ୍ୟକ୍ତି ନ ଥିଲେ ସେ ଥିଲେ ଓଡ଼ିଆ ଜାତୀୟ ଚେତନାର ଏକ ଯୁଗାନ୍ତକାରୀ ଆନ୍ଦୋଳନ। ତାଙ୍କର ଆଦର୍ଶ ଓ ଚିନ୍ତାଧାରା ଆଜିର ସମୟରେ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ ବୋଲି ସେମାନେ ମତ ପ୍ରକାଶ କରିଥିଲେ l ଏଥିସହ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାନୁଷ୍ଠାନ ପକ୍ଷରୁ ଜାତୀୟ ମହାପୁରୁଷ ମାନଙ୍କ ଆଦର୍ଶକୁ ଛାତ୍ର ଛାତ୍ରୀଙ୍କ ଜୀବନରେ ପ୍ରତିଷ୍ଠା କରିବାର ଏକ ସକାରାତ୍ମକ ପ୍ରୟାସ ଦେଖିବାକୁ ମିଳିଥିଲା। ସର୍ବ ଶେଷରେ ଶ୍ରୀ ଜ୍ୟୋତି ପ୍ରକାଶ ଗିରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ l





