ଜୁନାଗଡ଼ ମହୋତ୍ସବର ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟା

ପଦ୍ମିନୀ ଦୋରାଙ୍କ ପ୍ରଦର୍ଶନ ହେଲା ସ୍ମରଣୀୟ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ମହୋତ୍ସବର ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଆୟୋଜକ କମିଟିର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଏକ, ସମ୍ପାଦକ ହିମାଂଶୁ ଶେଖର ବରାଡଙ୍କ ସମେତ କୋର କମିଟିର ଈଶ୍ୱର ପୁଝାରି, ଅଶୋକ ପଟ୍ଟନାୟକଙ୍କ ଦ୍ଵାରା ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ଜୁନାଗଡର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ମୁଖ୍ୟ ବକ୍ତା ନିହାରେନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ଉପଖଣ୍ଡ ପୋଲିସ୍ ଅଧିକାରୀ ଡ଼ୋଲାମଣୀ ଭୋଇ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ଜିଲ୍ଲା ପରିଷଦ ସଭ୍ୟା ଶାମୁକା ରାଣୀ କୁମାର, ଲାଲ ବହାଦୁର ଜ।ନି, ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ମିଡିଆ କ୍ଲବ୍ ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତି, ଏ ନ ଏ ସି ଅଧ୍ୟକ୍ଷା ହିମାନ୍ଦ୍ରୀ ନାଏକ, ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ କନ୍ଦପାନ,ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ସୁଧାଂଶୁ ବରାଡ, ବହୁ ଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ ଜାଲ, ପ୍ରମୁଖ ଉପସ୍ଥିତ ରହି ଜୁନାଗଡ଼ ମହୋତ୍ସବର ମହତ୍ଵ ସମ୍ପର୍କରେ ଅବଗତ କରାଇଥିଲେ। ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସହ କଳାବିକାଶ କେନ୍ଦ୍ର ଜୁନାଗଡ଼ ଓ ପଦ୍ମିନୀ ଦୋରାଙ୍କ ଅର୍କେଷ୍ଟ୍ରା  ଦର୍ଶକଙ୍କୁ ବିମୋହିତ କରିଥିଲା। ପଦ୍ମିନୀ ଦୋରାଙ୍କ ସମ୍ବଲପୁରୀ ଗୀତ ଓ ନାଚରେ ଦର୍ଶକ ମାନେ ମଧ୍ୟ ରାତ୍ରି ପ୍ରଯ୍ୟନ୍ତ ଝୁମିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ଅଧ୍ୟକ୍ଷ ମାନସ ରଞ୍ଜନ ସେଠିଙ୍କ ସମେତ କୋର କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ଧନ୍ୟବାଦ ଅର୍ପଣ କରିଥିଲେ ଜୁନାଗଡ ମହୋତ୍ସବର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଏକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.