ନର୍ଲାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ପଞ୍ଜିକରଣ କଲେ ୩୧୮ ଜଣ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏହା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ନର୍ଲା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମ ପଞ୍ଚାୟତର ୩୧୮ ଜଣ ଭିନ୍ନକ୍ଷମ ବ୍ୟକ୍ତି ଙ୍କ ନାମ ପଞ୍ଜିକୃତ ହୋଇଥିଲା । ସକାଳ ୯ ଘଣ୍ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ ଟା ଯାଏଁ ଶିବିର ଚାଲିଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ନର୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ବେହେରା ପରିଚାଳନା କରିଥିଲେ। ଶିବିରରେ ଅସ୍ଥି ଶୈଲ୍ୟ ଚିକିତ୍ସକ ଡ.ସୁନିଲ କୁମାର ପାଢୀ, ମାନସିକ ରୋଗ ବିଶେଷଜ୍ଞ ଡ.ଚେତୁରାମ ମେହେର, ଇଏନଟି ସ୍ପେସାଲିଷ୍ଟ ଡ.ପ୍ରଦ୍ୟୁମ୍ନ କିଶୋର ପଣ୍ଡା, ଅନ୍ୟ ବିଭାଗ ଗୁଡିକର ଡାକ୍ତର ଡ. ନିବେଦିତା ମହାରଣା, ନିବେଦିତା ସାହୁ, ଅନାୟତ ମହମ୍ମଦ,ଡ. ନିବେଦିତା ମହାରଣା, ନିବେଦିତା ସାହୁ, ଅନାୟତ ମହମ୍ମଦ, ନିବାସ ଚନ୍ଦ୍ର ସାହୁ, ଲକ୍ଷପତି ପୁଝାରୀ, ନର୍ଲାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ.ଆଶୁତୋଷ ପ୍ରଧାନ, ଡ.ରାଜଶ୍ରୀ ପ୍ରିୟଦର୍ଶିନୀ, ଡ.ସମ୍ବିତ ସ୍ୱରୁପ ପଣ୍ଡା, ଏଟେନଡେଣ୍ଟରୋହିତ ଗଉଡ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କୁ ପରୀକ୍ଷା ନିରୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ନେଇଥିଲେ। ଡାକ୍ତର ମାନଙ୍କର ବୋର୍ଡ ଦ୍ୱାରା ରୋଗୀ ମାନଙ୍କ ଚିହ୍ନଟ କରଣ ପ୍ରକ୍ରୀୟା ଏବଂ ସାର୍ଟିଫିକେଟ ପ୍ରଦାନ ତତ୍ ସହିତ ବସ ଓ ଟ୍ରେନ କନସେସନ ପାସ ପ୍ରଦାନ, ବାଣୀଶ୍ରୀ ସ୍କୋଲାରସିପ, କୃତ୍ରୀମ ଅଙ୍ଗ ପ୍ରଦାନ ପାଇଁ ରୋଗୀ ଚିହ୍ନଟ ପ୍ରକ୍ରୀୟାକରଣ ଏହା ସହ ୭ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା। ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତର ଏଡିଇଓ ରୋହିତ କୁମାର ସାହୁ, ଦୁଷ୍ମନ୍ତ ପାଲ, ଯୋଗାଣ ସହାୟକ ପଦ୍ମନାଭ ନାଏକ, ବାସବ ମହାନନ୍ଦ, ଟଙ୍କଧର ସା, କାର୍ଯ୍ୟନିର୍ବାହୀ ଅଧିକାରୀ ଯଯାତିକେଶରୀ ଭଞ୍ଜ, ବିକେଶ କୁମାର ସା, ସୌମ୍ୟରଞ୍ଜନ ସାହୁ, ନର୍ଲା ଯୋଗାଣ ବିଭାଗର ପକାଶ ଭୋଇ, ପିତାମ୍ବର ଗଉଡଙ୍କ ସମେତ ୨୫ ଜଣ ଯୋଗାଣ ସହାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଡିଇଓ ମାନେ ବିଭିନ୍ନ ବିଭାଗରେ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ପ୍ରତିବର୍ଷ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ପର୍ଯ୍ୟାୟ କ୍ରମେ ଏହି ଶିବିର ଅନୁଷ୍ଠିତ ହେଉଥିବା ବେଳେ ନର୍ଲା ବ୍ଲକରେ ଏହା ତୃତୀୟ ଦିବସରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କଅଁର ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.